ତିନି ଦଫା ଦାବି ନେଇ ଶିକ୍ଷକଙ୍କ ଗଣ ଧାରଣା

୧୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ପଡ଼ିଆ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ସଭାପତି ତୋକାଳ ଵିଚେମଙ୍କ ନେତୃତ୍ବରେ ପ୍ରାଥମିକ ଶିକ୍ଷକ ମାନେ ଏକତ୍ରିତ ହୋଇ ତିନି ଦଫା ଦାବି ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଏହି ଦାବି ଗୁଡ଼ିକ ହେଲା ପ୍ରାଥମିକ ଶିକ୍ଷକ ଠିକା ନିଯୁକ୍ତି ଉଚ୍ଛେଦ କରିବା, କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା, ଶିକ୍ଷା କର୍ମୀ,

ଶିକ୍ଷା ସହାୟକ ଓ ଠିକା କର୍ମଚାରୀମାନଙ୍କୁ ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ, କଳା କ୍ରୀଡା , ଗଣ ଶିକ୍ଷକ ନିୟମିତ ମାନ୍ୟତା , ସମସ୍ତ ବର୍ଗ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଲେଵୁଲ ୯ ଗ୍ରେଡ଼ପେ ୪୨୦୦ କରିବା ଓ ନୂତନ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା ଆଦି ଦାବିକୁ ନେଇ ଧାରଣାରେ ବସିଥିବା ଦେଖିବାକୁ ମିଳୁଛି ।

Exit mobile version