ବଜ୍ରପାତ ରେ ମହିଳା ମୃତ

୧୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ବଜ୍ରପାତ ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି | ସୂଚନା ଅନୁସାରେ ଆଜି ଲତାବୁଦା ସଫା କରିବା ପାଇଁ ଧାନ ଜମିକୁ ଯାଇଥିବା ବେଳେ ହଠାତ୍ ଲଘୁଚାପ ଜନିତ ବର୍ଷା ଆସିଥିଲା ଓ ବିଜୁଳି ଘଡ ଘଡ଼ି ହୋଇଥିଲା ପୂର୍ଣ୍ଣମୀ ପାଇଁ କାଳ । ମୃତ ମହିଳା ଜଣକ ହେଲେ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ମଧ୍ୟ୍ୟପୁର କଟାପାଳି ଗାଁର ପୂର୍ଣ୍ଣମୀ ବାଗ |

ନିଜ ଚାଷ ଜମିରେ କାମ କରୁଥୁବା ବେଳେ ହଠାତ ଝଡ଼ ବର୍ଷା ହୋଇଥିଲା ଏହା ଦେଖି ପୁର୍ଣିମା ଏକ ଗଛ ତଳେ ଲୁଚି ରହିଥିଲେ ଏହି ସମୟରେ ହଠାତ ବ୍ରଜପାତ ଘଟିଥିଲା | ଫଳରେ ଘଟଣା ସ୍ଥଳ ରେ ମହିଳା ଙ୍କ ଜୀବନ ଚାଲିଯାଇଥିଲା |

ପରେ କାଳେ ଜୀବନ ଅଛି ଭାବି ସ୍ଥାନୀୟ ଲୋକମାନେ ସରପଞ୍ଚ ଙ୍କ ସହାୟତା ରେସ ପୂର୍ଣ୍ଣିମା କୁ ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ହିଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି | ଘରେ ଦୁଇ ଟି ଶିଶୁ ଥିବାରୁ ଭାଙ୍ଗି ପଡ଼ିଛନ୍ତି ପୁରା ପରିବାର ଏ ବିଷୟରେ ଖବର ପାଇ ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ତଦନ୍ତ କରିଥିଲେ ଓ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛନ୍ତି .

Exit mobile version