୧୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ଵର :-> ଆଜି ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡ଼ି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତାଙ୍କୁ ଉପ-ସଭାପତି ପଦବୀରୁ ହଟାଇ ଦିଆଯାଇଛି ।
ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନିଜ ଖବର କାଗଜରେ ଦଳ ବିରୋଧରେ କିଛି ଲେଖିଥିବା ଅଭିଯୋଗରେ ତାଙ୍କ ଠାରୁ ଦଳର ପଦବୀ ଛଡାଇ ନିଯାଇଥିବା କୁହାଯାଉଛି ।
