“ମୋ ପରିବାର” ରେସାମିଲ ହେଲେ “ମହାବୀର ସେନା”

ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଜଟଣୀ :-> ରାମଚନ୍ଦ୍ରପୁର ସ୍ଥିତ ମା”ଉତ୍ତରାୟଣୀ ପୀଠରୁ ନୂଆ କରି ଆରମ୍ଭ ହୋଇଥିବା “ମୋ ପରିବାର”ର ସଦସ୍ୟମାନେ ବାଇକରେ ବାହାରି ହରିଭାଇନା ଛକ, ଥାନାଛକ, କୁଦିଆରୀ ବଜାର ଦେଇ ବୁଢାପୋଡ଼ା ମନ୍ଦିର ରେ ଦର୍ଶନ କରି ପିପିଲି ଅଭିମୁଖେ ଯାଇଥିଲେ l ପିପିଲି ନିକଟସ୍ଥ ପଦାପଡ଼ିଆରେ ଥିବା ମହାଦେବ ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l

ମହାବୀର ସେନାର ସଭାପତି ଶୁଭ୍ରାଂଶୁ କୁମାର ଏବଂ ସଦସ୍ୟ ମାନେ ଆୟୋଜନ କରିଥିଲେ l ଏହି ବୈଠକରେ “ମୋ ପରିବାର”ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ସଭାପତିତ୍ୱ କରିଥିଲେ l ଶ୍ରୀ ଶତପଥୀ”ମୋ ପରିବାର” ନୀତି ଏବଂ ନିୟମ ବିଷୟରେ ପ୍ରଥମେ ଅବଗତ କରାଇଥିଲେ l ଶ୍ରୀ ଶତପଥୀଙ୍କ କଥା ଶୁଣିବା ପରେ ମହାବିରୀ ସେନାର ସଦସ୍ୟ ମାନଙ୍କ ମନରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ଥିଲେ l

“ମହାବୀର ସେନା” ଏବଂ “ମୋ ପରିବାର”ଦୁଇଟି ଶରୀର ସତ କିନ୍ତୁ ଗୋଟିଏ ପରିବାର ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ l ମହାବୀର ସେନାର ପିପିଲି ବ୍ଲକ ସଭାନେତ୍ରୀ ଵିନତୀ ପ୍ରଧାନ, ସମ୍ପାଦକ ରୋଶନ ନାୟକ,ସହସମ୍ପାଦକ ସିପୁନ କୁମାର ଜେନା, ମୋ ପରିବାର ଶରତ ପାଇକରାୟ,ମୁନ୍ନା ନାୟକ, ସୁଶାନ୍ତ ପଟ୍ଟନାୟକ, ମୁନ୍ନା ମଙ୍ଗରାଜ, ନିରଂଜନ ପାତ୍ର,ଭାଗ୍ୟଧର ମହାପାତ୍ର,ମନୋଜ ଜେନା,ବିଜୟ ଶର୍ମା,ସତ୍ୟଶ୍ରୀ ମହାନ୍ତି, ଭାରତ ମୋହନ ଦାଶ, ସ୍ଵର୍ଣ୍ଣରେଖା ଦାଶ, ସହ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ l

 

Exit mobile version