ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଣପୁର  :-> ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମ୍ଭାରୀମୁଣ୍ଡା ନିକଟସ୍ଥ ଲାହଂଗାଡ଼ିହ ଗ୍ରାମରେ ଘଟିଛି ଏକ ଅଭାବ ନୀୟ ଘଟଣା । ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ୪୦ ବର୍ଷ ର ଯୁବକ ମୃତ୍ୟୁ ଘଟିଛି । ମୃତକ ଯୁବକ ହେଲେ ଲହଙ୍ଗାଡ଼ି ଗ୍ରାମର ଗିରିଧାରୀ ସାହୁଙ୍କ ପୁଅ ମଦନ ସାହୁ । ମଦନ ଗମ୍ଭାରିମୁଣ୍ଡା ବଜାରରେ ଥିବା ଏକ ଘରୋଇ ବିଦ୍ୟୁତ କାମ କରୁଥିବା ବେଳେ ।

ଅସାବଧାନ ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସିବାରେ ସେଠାରେ ଚେତାସୁନ୍ୟ ହୋଇଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ବାଣପୁର ଡାକ୍ତର ଖାନାକୁ ଅଣା ଯାଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Exit mobile version