କଳିଙ୍ଗ ଭାରତୀ ବିଦ୍ୟାନିକେତନରେ ସ୍କାଉଟ୍ ଓ ଗାଇଡ ପିଲାମାନଙ୍କ ଦ୍ଵାରା ଟ୍ରାଫିକ ନିୟମ ଓ ସଡ଼କ ସୁରକ୍ଷା ସଚେତନ ପଦଯାତ୍ରା ସହ ପଥପ୍ରାନ୍ତ ନୃତ୍ୟ ଅନୁଷ୍ଠିତ

୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧୀନସ୍ଥ କଳିଙ୍ଗ ଭାରତୀ ବିଦ୍ୟା ନିକେତନ ତରଫରୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ଉପରେ ଏକ ଜନସଚେତନ କାର୍ଯ୍ୟକ୍ରମ କରାଯାଇଛି । ବିଦ୍ୟାଳୟର ସ୍କାଉଟ୍ ଗାଇଡ ପିଲାମାନେ ପଦଯାତ୍ରା କରି ଲୋକମାନଙ୍କୁ ଟ୍ରାଫିକ ନିୟମ ଓ ସଡ଼କ ସୁରକ୍ଷା ଉପରେ ବୁଝାଇଥିଲେ ଏବଂ ଯେଉଁ ମାନେ ହେଲମେଟ ପିନ୍ଧିନଥିଲେ ସେମାନଙ୍କୁ ହେଲମେଟ ପିନ୍ଧିବପାଇଁ କହିବା ସହ ଚୋକେଲେଟ ଦେଉଥିଲେ ।

 

ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା  ସଡ଼କ ସୁରକ୍ଷା ପର୍ଯ୍ୟବେଶିତ ପଥପ୍ରାନ୍ତ ନୃତ୍ୟ  ପରିବେଷଣ କରି ମଧ୍ୟ  ସଡ଼କ ସୁରକ୍ଷା ଉପରେ ଜନ ସଚେତନ କରାଇଥିଲେ । ସ୍ଥାନୀୟ ଚାନ୍ଦପୁର ଥାନାର ସୁରକ୍ଷା କର୍ମୀ ମାନେ ପିଲାମାନଙ୍କ ସହ ଉପସ୍ଥିତ ରହି ଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିନାୟକ ଦାସ, ସଭ୍ୟ  ଗୟାଚାନ୍ଦ ପରିଡ଼ା , 

ସଭ୍ୟ ରାଜେନ୍ଦ୍ର କୁମାର ନାୟକ , ଦେବରାଜ ମହାରଣା ,ସଭ୍ୟ।   ଶ୍ରୀମତୀ ଯଶୋଦା ଛୋଟରାୟ   ଓ ବିଦ୍ୟାଳୟର  ସ୍କାଉଟ୍ ମାଷ୍ଟର ଦୀପକ ମହାପାତ୍ର, ଶ୍ରଦ୍ଧାଞ୍ଜଳି ସ୍ୱାଇଁ  ଲିଜା ପ୍ରଧାନ ,ଅନିତା ପଳେଇ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବିଦ୍ୟାଳୟର ସମ୍ପାଦକ ବୀରେନ୍ଦ୍ର ସାହୁ  କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ   ।

 

Exit mobile version