ବାଣୀଗୋଛା ସ୍ଥିତ ହାଟ ନିକଟରେ ଆଞ୍ଚଳିକ ସାମ୍ବାଦିକ ସଂଘ ଦଶପଲ୍ଲାର ସାଧାରଣ ବୈଠକ ଅନୁଷ୍ଠିତ

୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଦଶପଲ୍ଲା :->  ଆଜି ଦଶପଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଗଠନ ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ସାଧାରଣ ବୈଠକ ବାଣୀଗୋଛା ସ୍ଥିତ ହାଟ ନିକଟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର ସଭାପତି ତଥାଗତ ବିଶ୍ଵାଳ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକଟି ଅନୁଷ୍ଠିତ ହୋଇଥିବାବେଳେ ଏହି ବୈଠକରେ ପୂର୍ବ ବୈଠକର ବିବରଣୀ ପାଠ କରିବା ସହ ଆଗକୁ କିପରି ଦଶପଲ୍ଲା ଅଞ୍ଚଳର ପ୍ରତ୍ୟେକ ଖବରକୁ ଆଞ୍ଚଳିକ ସାମ୍ବାଦିକ ସଂଘ ସଂଗ୍ରହ କରି ସମସ୍ତ ସଭ୍ୟ ନିଜ ନିଜର ଚ୍ୟାନେଲ ରେ ପରିବେଷଣ କରି ପ୍ରଶାସନ ନଜର କୁ ଆଣିବେ ସେ ସମ୍ପର୍କରେ ସଭ୍ୟ ମାନଙ୍କ ସହ ସଭାପତି ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ।

ଏବଂ ସଂଘ ତରଫରୁ ଏକ ଭ୍ରମଣ କାର୍ଯ୍ୟକ୍ରମ କରିବା ପାଇଁ ସଂଘର ସଭ୍ୟମାନେ ମତବ୍ୟକ୍ତ କରିଥିବାବେଳ ସଭାପତି ଙ୍କ ମଧ୍ୟ ସହମତି କ୍ରମେ ଚଳିତ ସପ୍ତାହରେ କୋରାପୁଟ ସ୍ଥିତ ବାବା ଗୁପ୍ତେଶ୍ୱର ପୀଠକୁ ଦର୍ଶନ କରିଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ଏବଂ ଆଗକୁ ଦଶପଲ୍ଲାରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ସଭାପତି, ଉପ – ସଭାପତି ସଭ୍ୟ ମାନଙ୍କ ସହ ଆଲୋଚନା କରିଥିଲେ । ଏବଂ ଉକ୍ତ ବୈଠକରେ ସଂଘର ଉପ -ସଭାପତି ସତ୍ୟ ନାରାୟଣ ସାହୁ,ସମ୍ପାଦକ ପ୍ରିୟବ୍ରତ ଆଚାର୍ଯ୍ୟ, ସହ -ସମ୍ପାଦକ ଗୋରେଖ କହଁର, କୋଷାଧକ୍ଷ ଅଖିଳ ବିହାରୀ ପାଣିଗ୍ରାହୀ,ସଭ୍ୟ ଶାନ୍ତନୁ କୁମାର ନାୟକ, ମନୋରଞ୍ଜନ ମଲ୍ଲିକ, ସୁରେନ୍ଦ୍ର ମଲ୍ଲିକ,ସନ୍ଦୀପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version