ପ୍ରାର୍ଥନା ବେଳେ ୭ଜଣ ଛାତ୍ର ଅସୁସ୍ଥ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ

୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼  :-> ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କୁତମୁଣ୍ଡା ଗାଁରେ ଥୁବା ପଂଚାୟତ ହାଇସ୍କୁଲ ର ୭ ଜଣ ଛାତ୍ର ପ୍ରାର୍ଥନା କରୁଥୁବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ | ହିନ୍ଦି ଶିକ୍ଷକ ଘନଶ୍ୟାମ ମେହେର ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଡାକ୍ତରଖାନା କୁ ଆଣି ଚିକିତ୍ସା ପରେ ସମସ୍ତେ ଭଲଥିବା ଜଣାପଡିଛି | ପ୍ରାର୍ଥନା ଚାଲିଥିବା ବେଳେ ହଠାତ କାହାର ମୁଣ୍ଡ ବୁଲାଇଥିଲା ତ ଆଉ କିଏ ଅସୁସ୍ଥ ଅନୁଭବ କରି ତଳେ ବସି ପକାଇଥିଲେ |

ଏହା ଦେଖି ଶିକ୍ଷକ ଜଣକ ଛାତ୍ର ମାନଙ୍କୁ ଡାକ୍ତରଖାନା ଆଣିଥିବା କହିଛନ୍ତି | ଅନ୍ୟପଟେ ଆମେ ଭଲ ଥିବା ସତ୍ୱେ ଜୋର ଜବରଦସ୍ତ ହିନ୍ଦୀ ଶିକ୍ଷକ ଆମକୁ ଡାକ୍ତର ଖାନା ଆଣିଥିବା କହିଛନ୍ତି ସ୍କୁଲ ଛାତ୍ର । ପ୍ରାଥମିକ ଚିକିତ୍ସାପରେ ଛାତ୍ରମାନେ ସୁସ୍ଥ ହୋଇ ଫେରାଯାଇଥିବା ଜଣାପଡିଛି ।

Exit mobile version