ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଇଁ ଦାଦନ ଖଟିଲେ ସ୍ତ୍ରୀ ତଥାପି ବଞ୍ଚିଲାନି ସ୍ଵାମୀଙ୍କ ଜୀବନ

୧୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :->  ଗଜପିଙ୍କ ଜିଲ୍ଲା ଆର, ଉଦଗିରି ବ୍ଲକ ଅନ୍ତର୍ଗତ ରାମଗିରି ଗ୍ରାମ ର ପ୍ରଶାନ୍ତ ପ୍ରଧାନଙ୍କ ପରିବାର ରେ ଦେଖିବା କୁ ମିଳିଛି ଏକ ହୃଦୟ ବିଦାରକ ଘଟଣା । ପରିବାର କହିଲେ ପ୍ରଶାନ୍ତ ଏବଂ ତାଙ୍କ ସ୍ତ୍ରୀ ଓ ତିନିଗୋଟି ବଡିଲା ଝିଅ ।ଉଭୟ ସ୍ବାମୀ ସ୍ତ୍ରୀ କୁଲିଁ ମଜୁରୀ କରି ଖୁସିରେ ପରିବାର ପ୍ରତିପୋଷଣ କରୁଥିଲେ,କିନ୍ତୁ ଏକ ହଟାତ ଅଜଣା ରୋଗ ରେ ଆକ୍ରାନ୍ତ ହେଲେ ପରିବାର ମୁଖିଆ ପ୍ରଶାନ୍ତ ପ୍ରଧାନ , ତବେ ପରିବାର ସୁଖ ,ଆର୍ଥିକ ସ୍ଥିତି ଧୀରେ ଧୀରେ ବ୍ଭୂଷିଦିବାକୁ ଲାଗିଲା ,ବଡ଼ ଝିଅ ସେଲଭି ପ୍ରଧାନ ପରିବାର ର ଆର୍ଥିକ ଅଭାବ ହେତୁ ±୨ ବାଣିଜ୍ୟ ଶିକ୍ଷାଅଧ୍ୟୟନ କରି ଅଧିକ ନ ପଡ଼ି ପରିବାର ବୋଝ ହେଲେ ,

ଏବଂ ମଝିଆ ଝିଅ ଦେଲଭି ପ୍ରଧାନ ଅଷ୍ଟମ ପାସ କରି ଅର୍ଥ ବାଧକ ହେତୁ ନ ପଡ଼ି ପରିବାର ର ବୋଝ ହେଲେ, ଓ ସାନ ଝିଅ ଏଲଭି ପ୍ରଧାନ ଯାହାର କି କଥା କହିବା ପାଇଁ ବି ସମର୍ଥ ନୁହ ଯାହାକି ମୁକ ବଧିର ଆର୍ଥିକ ଅଭାବ ସ୍ଵତେ ସେ ମଧ୍ୟ ପାଠ ପଢ଼ା ରେ ଅସମର୍ଥ ସାଜିଲେ।  ପୀଡିତ ସ୍ବାମୀ ର ବୋଝ ଓ 3 ଗୋଟି ବିଡ଼ିଳା ଝିକୁ ନେଇ ମା ସାଜିଲେ ଦାଦନ ଶ୍ରମିକ , ଦରିଦ୍ର କସଘତ ରେ ଘାଣ୍ଟି ହେଉଥିବା ପରିବାର ଏବଂ ଗା କୁ ଛାଡି ମା ବାହାରିଲେ କନ୍ୟା କୁମାରୀ ,

ଏପଟେ ପରିବାର 2 ଲକ୍ଷ ଟଙ୍କା ଋଣ ଗ୍ରସ୍ତ ହୋଇଥିବା ବେଳେ ପୀଡିତ ସ୍ବାମୀ ଓ 3 ଗୋଟି ବଢିଲା ଝିଅ ଙ୍କ ଦୁଃଖକୁ ନେଇ ମାଁ ନିଜର ହୃଦୟ କୁ ପଥର କରି ଯେତେ ବେଳେ ଘରୁ ବାହାରି ଥିଲେ ସେତେ ବେଳେ ଗାଁ ଲୋକ ଙ୍କ ଶୋକ ଦେଖିବାକୁ ମିଳିଥିଲା । ଏହି ପରି ଅବସ୍ଥା ରେ ମାଁ ଦାଦନ ଖଟି ଟଙ୍କା ନିଜ ସ୍ଵାମୀ ଙ୍କ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ପରିବାର ର ପ୍ରତିପୋସଣ ପାଈଁ ଘରକୁ ପଠାଉଥିଲେ ହେଲେ ସେତିକି ଟଙ୍କା ରେ ସେ ସବୁ ଚୋଳିବା କଷ୍ଟସାଧ୍ୟ ହୋଇପଡ଼ିଲା ଆର୍ଥ ସାଜିଲା ବାଧକ। ଶେଷରେ ଚିକିତ୍ସା ର ଅଭାବରୁ ସ୍ବାମୀ ଚାଲିଗଲା ଆର ପାରିକୁ। ସ୍ଵାମୀ ହୋରା ହେଲା ଦାଦନ ସ୍ତ୍ରୀ ଏବଂ ପିତୃ ହରା ହେଲେ ତିନିଗୋଟି ବଢିଲା ଝିଅ। ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନାହିଁ କି ଚଳିବା ପାଈଁ କୌଣସି ସମ୍ଭଳ ନାହିଁ। ଏପଟେ ଅର୍ଥ ର ଅଭାବ ରୁ ପିଲା ମାନେ ପାଠ ପଢି ପାରିଲେ ନାହିଁ ।  

Exit mobile version