ଉତ୍କଳ ସାମ୍ବାଦିକ ସଙ୍ଘର କାଲିମେଳା ଠାରେ ବ୍ଲକ ଶାଖାର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

୧୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :-> ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ଶାଖାର ଗୌରବମୟ ଅଧ୍ୟାୟରେ ଆଉ ଏକ ଫର୍ଦ୍ଦ ଆଜି ଯୋଡିହୋଇ ଯାଇଛି । ରାଜ୍ୟର ସର୍ବ ବୃହତ ସଙ୍ଘ ତଥା ସର୍ବପୁରାତନ ସଙ୍ଘ ଭାବେ ଉତ୍କଳ ସାମ୍ବାଦିକ ସଙ୍ଘ ସୁପରିଚିତ ଥିବା ବେଳେ ମାଲକାନଗିରି ଜିଲ୍ଲା ଶାଖା ନିଜର ବହୁ ଜନାଭିମୁଖୀ କାର୍ଯ୍ୟ ଯୋଗୁଁ ଜିଲ୍ଲାରେ ନିଜର ସୁନାମ ଆଣିପାରିଛି । ତେବେ ଆଜି ଜିଲ୍ଲା ଶାଖାର ପ୍ରୟାସ କ୍ରମେ ଜିଲ୍ଲାର କାଲିମେଳା ଓ ପଡିଆ ସାମ୍ବାଦିକଙ୍କୁ ନେଇ ଉତ୍କଳ ସାମ୍ବାଦିକ ସଂଘର ଏକ ବ୍ଲକ କାର୍ଯ୍ୟାଳୟ କାଲିମେଳାରେ ସ୍ଥାପନ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭୂମିପୂଜନ ପରେ ସ୍ଥାନୀୟ ଫରେଷ୍ଟର ଗେଷ୍ଟ ହାଉସ ପ୍ରାଙ୍ଗଣରେ ଏକ ସାଧାରଣ ସଭାର ମଧ୍ୟ ଆୟୋଜନ କରାଯାଇଥିଲା ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍ଵତନ୍ତ୍ର ବିକାଶ ପରିଷଦ ଅଧକ୍ଷ ଆଡମା ରାବା, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, କାଲିମେଳା ବ୍ଲକ ଅଧ୍ୟକ୍ଷା ସୁଭାସିନୀ ସୋଡି, ପଡିଆ ବ୍ଲକ ଅଧ୍ୟକ୍ଷା ଯମୁନା ମୂଷାକି, ପଡିଆ ସାଂସଦ ପ୍ରତିନିଧି ସିଏଚ ରାବିଟ କୁମାର, ଜିଲ୍ଲା କ୍ରିକେଟ ଆସୋସିଏସନ ସଭାପତି ତଥା ସମାଜସେବୀ ଏମଡି ଫାରୁକ, ସମାଜସେବୀ ଲଳିତ ନାରାୟଣ ମାଡକାମୀ, ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଦୁର୍ଯୋଧନ ପାତ୍ର, କାର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ର, ସମ୍ପାଦକ ଶ୍ରୀନିବାସ ପାତ୍ର ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଅତିଥି ମାନେ ଜିଲ୍ଲାରେ ସାମ୍ବାଦିକ ମାନଙ୍କ ଗୁରୁତ୍ଵ ଓ ସେମାନଙ୍କ କାର୍ଯ୍ୟ ଶୈଳୀ ଉପରେ ମତବ୍ୟକ୍ତ କରିଥିଲେ ।

ଜିଲ୍ଲାରେ ଆଜି ଅନେକ ବିକାଶ ମୂଳକ କାର୍ଯ୍ୟ ସହ ନାନା ସମସ୍ୟାକୁ ଲୋକ ଲୋଚନକୁ ଆଣି ଏହାର ସମାଧାନ କରାଇବା ପଛରେ ସାମ୍ବାଦିକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ, ତେଣୁ ସତ ମାର୍ଗରେ ରହି ନିଜର କାର୍ଯ୍ୟ କରିବା ଓ ନିରପେକ୍ଷ ଭାବେ ନିଜର କର୍ତ୍ତବ୍ୟ କରିବାକୁ ଅତିଥି ମାନେ ସାମ୍ବାଦିକ ମାନଙ୍କୁ ଆବାହନ ଦେଇଥିଲେ । ତେବେ ଆଜିର ଏହି ଭୂମି ପୂଜନ ଓ ସାଧାରଣ ବୈଠକରେ ଉତ୍କଳ ସାମ୍ବାଦିକ ସଂଘର କାଲିମେଳା ଓ ପଡ଼ିଆ ବ୍ଲକ ଶାଖାର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ସୂଚନା ଥାଉକି କୋଭିଡ଼୧୯ ସମୟରେ କୋଭିଡ ସଚେତନତା ହେଉ କିମ୍ବା ଜିଲ୍ଲାରେ ନିଶାମୁକ୍ତି ଅଭିଯାନ,

ସ୍ବଚ୍ଛ ଭାରତ ଭଳି ଅନେକ ଅଭିଯାନ କରି ଜିଲ୍ଲାରେ ନିଜର ସୁନାମ ଆଣିବା ସହ ପ୍ରଶାସନିକ ତଥା ଜନମାନସରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏହି ସଂଘ । ମାଲକାନଗିରି ଜିଲ୍ଲାରେ ଉତ୍କଳ ସାମ୍ବାଦିକ ସଙ୍ଘ ଜିଲ୍ଲାରେ କାର୍ଯ୍ୟାଳୟ ସ୍ଥାପନ କରିବା ପରେ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ବ୍ଲକ ଠାରେ ନିଜର କାର୍ଯ୍ୟାଳୟ ସ୍ଥାପନ କରିବା ପାଇଁ ଏହିପରି ପଦକ୍ଷେପ ନେଇଥିବା ସଂଘ ପକ୍ଷରୁ କୁହାଯାଇଛି । ଏହି ଅବସରରେ ତ୍ନୂତନ ଭାବେ ସାମିଲ ହୋଇଥିବା ଉତ୍କଳ ସାମ୍ବାଦିକ ସଂଘରେ ସଦସ୍ୟ ମାନଙ୍କୁ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସ୍ବମ୍ବଦ୍ଧନା କରାଯାଇଥିଲା ।

Exit mobile version