୧୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> କେବଳ ଲୋକଙ୍କ ସୁଖ ସୁବିଧା କିମ୍ବା ଆନନ୍ଦ ଉଲ୍ଲାସରେ ଯୋଗଦେଇ ରାଜଧର୍ମ ପାଳନ କରାଯିବା ପ୍ରକୃତ ରାଜଧର୍ମ ନୁହେଁ l ସାଧାରଣ ଲୋକଙ୍କ ଦୁଃଖ ଦୂରଦଶା ଓ ବିପଦ ଆପଦରେ ସାମିଲ୍ ହୋଇ ସମସ୍ତଙ୍କ ହୃଦୟ ଜିଣିବା ହେଉଛି ବାସ୍ତବରେ ଜଣେ ରାଜନେତାଙ୍କ ପରିଚୟ l ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁସୁପୁର ଏବଂ କୁହୁଣ୍ଡା ଗାଆଁରେ ଆଜି ଅପରାହ୍ନରେ ପହଞ୍ଚିଥିଲେ ସ୍ଥାନୀୟ ବିଧାୟକ ପ୍ରତାପ ଜେନା l ବିଜେଡ଼ିର ଜଣେ ଛାମୁଆଁ ଯୁବ ସଂଗଠକ କୁସୁପୁର ଗାଆଁର ବ୍ରହ୍ମାନନ୍ଦ ଜେନା ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ କଟକରେ ପ୍ରାଣ ହରାଇଥିବା ବେଳେ କୁହୁଣ୍ଡା ଗ୍ରାମର ବିଜେଡ଼ିର ସଂଗଠକ ତଥା ଜଣାଶୁଣା ବ୍ୟବସାୟୀ ନିତ୍ୟାନନ୍ଦ ସାହୁଙ୍କ ହୃଦଘାତରେ ପରଲୋକ ଘଟିଛି l
ସେହିପରି କୁହୁଣ୍ଡା ଗ୍ରାମର ଯୁବ ବ୍ୟବସାୟୀ ଶଶୀକାନ୍ତ ପଲେଇଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଥିଲା l ଏହି ଦୁଃଖଦ ଖବର ପାଇବା ମାତ୍ରେ ବିଧାୟକ ଶ୍ରୀ ଜେନା ୩ ମୃତକ ପରିବାର ବର୍ଗଙ୍କୁ ଆଜି ସେମାନଙ୍କ ଘରେ ସାକ୍ଷାତ କରିଥଲେ l ଏହି ଅବସରରେ ପରିବାରର ସଦସ୍ୟଙ୍କୁ ହରାଇ ଦୁଃଖ ଓ ଶୋକରେ ଭାଙ୍ଗି ପଡ଼ିଥିବା ଅନ୍ୟ ସଦସ୍ୟ ମାନଙ୍କୁ ସେ ସାଂତ୍ଵନା ଦେବା ଦେଖିବାକୁ ମିଳିଥିଲା l ବିପଦ ସମୟରେ ଲୋକଙ୍କ ପାଖରେ ଛିଡାହେବା ଓ ସେମାନଙ୍କ ଦୁଃଖରେ ସାମିଲ୍ ହୋଇ ମୃତକ ମାନଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ ପ୍ରତାପ ଜେନା l ବିଧାୟକଙ୍କ ଏଭଳି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାରକୁ ସାଧାରଣରେ ପ୍ରଶଂସା କରାଯାଇଥିଲା l
