ବାଲାଜୀ ବିହାର ଠାରେ ବ୍ଳକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

୧୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> ବିଶ୍ଵଶାନ୍ତି ଦୂତ, ବିଶ୍ବ ପ୍ରସିଦ୍ଧ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞନାନନ୍ଦ ଗିରିଜୀ ଙ୍କର ଦିବ୍ୟ ପ୍ରେରଣାରେ ପ୍ରାଥମିକ ସ୍ତରରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦୀର୍ଘ ପାଞ୍ଚ ବର୍ଷ ଧରି ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଆସୁଛି। ଏହାର ପ୍ରଥମ ଚରଣ ବ୍ଲକ୍ ସ୍ତରରେ ଭବାନୀପାଟଣା ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ବାଲାଜୀ ବିହାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ପ୍ରତିଯୋଗିତାରେ ୯୯ ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ।୩ୟ ରୁ ୫ମ ଶ୍ରେଣୀ ‘କ’ ବର୍ଗରେ ୨୬ ଜଣଙ୍କ ମଧ୍ୟରେ ସୁଶ୍ରୀ ପୁନମ୍ ସାହୁ ପ୍ରଥମ, ଶ୍ରୀମାନ ଦୀନବନ୍ଧୁ ଶବର ଦ୍ବିତୀୟ ଏବଂ ଶ୍ରୀମାନ ଅନିକେତ ପ୍ରଧାନ ତୃତୀୟ ହୋଇଥିଲେ। ୬ଷ୍ଠ ରୁ୮ ମ ‘ଖ’ ସ୍ତରରେ ୪୨ ଜଣଙ୍କ ମଧ୍ୟରେ ସୁଶ୍ରୀ ତପସ୍ଵିନୀ ପ୍ରଧାନ ପ୍ରଥମ, ଶ୍ରୀମାନ ବାବୁଲି ମାଝୀ ଦ୍ବିତୀୟ ଏବଂ ସୁଶ୍ରୀ ପ୍ରତୀମା କାଣ୍ଡ ତୃତୀୟ ହୋଇଥିଲେ। ୯ ମ ରୁ ୧୨ ଶ ‘ଗ’ ବିଭାଗରେ ୨୮ ଜଣଙ୍କ ମଧ୍ୟରେ ସୁଶ୍ରୀ ପ୍ରଣତୀ ନାଏକ ଓ ସୁଶ୍ରୀ ସିମରନ୍ ସାହୁ ଦ୍ବୈତ ପ୍ରଥମ, ସୁଶ୍ରୀ ପ୍ରିୟଙ୍କା ନାଏକ ଦ୍ବିତୀୟ ଓ ଶ୍ରୀମାନ ଆଦିତ୍ୟ ନାରାୟଣ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ ।

+୩ ରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ‘ଘ’ ବିଭାଗରେ ସୁଶ୍ରୀ ପ୍ରେରଣା ପାତ୍ର ପ୍ରଥମ, ଶ୍ରୀମାନ ଯୋଗେନ୍ଦ୍ର ରାଉତ ଦ୍ବିତୀୟ ଏବଂ ସୁଶ୍ରୀ ସୁନିତା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଜିଲ୍ଲା ସଂଯୋଜକ ଶ୍ରୀ ସନ୍ତୋଷ କୁମାର ପଣ୍ଡାଙ୍କ ମାର୍ଗଦର୍ଶନ ତଥା ବ୍ଲକ୍ ସଂଯୋଜକ ଶ୍ରୀ ଦାଶରଥି ପଣ୍ଡାଙ୍କ ତତ୍ବାବଧାନରେ ବିଚାରକ ସର୍ବଶ୍ରୀ ଦୁଷ୍ମନ୍ତ ମୁଣ୍ଡ, ବିଶ୍ଵ ରଂଜନ ପଣ୍ଡା, ଦେବାଶିଷ ପଣ୍ଡା, ସନତ କୁମାର ଯୋଷୀ, ବିମ୍ବାଧର ପଣ୍ଡା,ଅମ୍ବରୀଷ ମୁଣ୍ଡ, ଅରୁଣ କୁମାର ପାଣିଗ୍ରାହୀ,ଦେବସଖା ଯୋଷୀ, ଅଦ୍ଵୈତ ବେହେରା, ପ୍ରତାପ ଚନ୍ଦ୍ର ପଣ୍ଡା, ସୁଶ୍ରୀ ସୁପ୍ରିୟା ପଣ୍ଡା , ସୁଶ୍ରୀ ଅଙ୍କିତା ରଥଙ୍କ ସହାୟତାରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Exit mobile version