
୧୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଭାଦ୍ରବ ମାସରେ ପଡେ ମା,ମଙ୍ଗଳା ବା ଖୁଦୁରୁକୁଣୀ ଓଷା । ଏହି ଓଷାକୁ ଝିଅ ମାନେ ମାସର ଯେତୋଟି ରବିବାର ପଡେ ପାଳନ କରିଥାନ୍ତି । ଆଜି ଥିଲା ଭାଦ୍ରବ ମାସର ଦ୍ୱିତୀୟ ରବିବାର । ସକାଳୁ ଉଠି ବିଭିନ୍ନ ପ୍ରକାର ଫୁଲ ତୋଳିସାରିବା ପରେ , ସାଙ୍ଗ ସାଥୀ ହୋଇ ନିକଟସ୍ଥ ପୋଖରୀ କିମ୍ୱା ନଦୀ ନାଳ କୂଳକୁ ଯାଇ ସ୍ନାନ କରି ସାରିବା ପରେ ମାଟିରେ ବାଲୁକା ପୂଜା କରିଥାନ୍ତି । ସେଠାରୁ ଫେରି ଖୁଦଭଜା ପ୍ରସାଦ ଖାଇଥାନ୍ତି। ସନ୍ଧ୍ୟାରେ ଖୁଦୁରୁକୁଣୀଙ୍କୁ ନାନା ପ୍ରକାର ଫୁଲରେ ମାଙ୍କୁ ସଜାଇ ଥାନ୍ତି ।
ମାଙ୍କ ପାଖରେ ନିଜ ନିଜ ଘରୁ ଆଣିଥିବା ଭୋଗ ସାମଗ୍ରୀ ରଖି ପୂଜା ଆରମ୍ଭ କରିଥାନ୍ତି । ନିଜ ନିଜର ଘର ହେଉ ବା କ୍ଲବଘର କିମ୍ବା ଫାଙ୍କା ସ୍ଥାନରେ ଟେଣ୍ଟ ବାନ୍ଧି ଖୁଦୁରୁକୁଣୀଙ୍କ ପ୍ରତିମୂର୍ତ୍ତି ରଖି ଏହି ଓଷା ଝିଅ ଏବଂ ନବ ବଧୁ ମାନେମାନେ କରିଥାନ୍ତି । ଏହି ଦ୍ୱିତୀୟ ପାଳି ଓଷା କଟକର ଗାଁ ଠାରୁ ସହରର ବିଭିନ୍ନ ସ୍ଥାନରେ ପାଳନ କରାଯାଇଥିଲା ।
କଟକ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁର, ଉତ୍ତମାପୁର, କାଜିପାଟଣା, ବାଲିକୁଦା,ଗୋପାଳପୁ, ପାଇକ ର ସାହି ,ଭାଣପୁର , ପ୍ରତାପନଗରୀ, ନୂଆଗଡ଼,ବମ୍ଫକୁଦ, ମୁଗଭଙ୍ଗା, ବାଗଧରାପୁର, କାଚରାମାଳ, ଓମଫେଡ କଲୋନୀ, ଶାସୋଳ, ବିଶ୍ୱ।ଳପଡା, ଖଣ୍ଡେଏତା, ବଢ଼େଇ ସାହି, କାଜିପୁର, ନଛିପୁର , କୋଠସାହି, ନୂଆପାଟଣା, ରାମନଗର,ଆଦି ସ୍ଥାନରେ ଝିଅ ଏବଂ ନବ ବଧୁମାନେ ଖୁଦୁରୁକୁଣୀ ଓଷା କରିଥିବା ଦେଖିବାକୁ ମିଳିଥିଲା ।
