୧୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟର ପକ୍ଷରୁ ଆୟୋଜିତ ଆଇଆଇଏ ଲିଡରସିପ୍ କନ୍କ୍ଲେଭ୍ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩ ପ୍ରବଳ ଉତ୍ସାହ ସହ ଦ୍ୱିତୀୟ ଦିନରେ ପ୍ରବେଶ କରିଛି । ଦ୍ୱିତୀୟ ଦିନରେ ବୁଦ୍ଧିଜୀବୀଙ୍କ ଅଧିବେଶନ, ସମ୍ମାନଜନକ ବକ୍ତା, ପୁସ୍ତକ ଉନ୍ମୋଚନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଇଆଇଏ ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଏଆର୍. ସ୍ୱପ୍ନଦତ ମହାନ୍ତିଙ୍କ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଇଆଇଏର ସଭାପତି ଏଆର୍. ବିଳାସ ଅଭଚତ୍ ଯୋଗ ଦେଇ ନିଜର ମତ ବ୍ୟକ୍ତ କରିଥିଲେ । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ସର ଯୁଗ୍ମ ସଂପାଦକ ଏଆର୍. ଅକ୍ଷୟ ବେଉରିଆ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରିବା ସହ ସସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଇଆଇଏ ଲିଡରସିପ୍ କନ୍କ୍ଲେଭ୍ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩ର ଦ୍ୱିତୀୟ ଦିବସରେ ଅଂଶଗ୍ରହଣକାରୀମାନେ ବିଭିନ୍ନ ଅଧିବେଶନ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
“ଆଇଆଇଏ ସମ୍ବିଧାନ ଓ ବାଇଲ’କୁ ବୁଝିବା’ ଉପରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଏଆର୍. ଦିବ୍ୟ କୁଷ, ଏଆର୍. ଜିତ୍ ଗୁପ୍ତା ଏବଂ ଏଆର୍. ପ୍ରକାଶ ଦେଶମୁଖ ଅନୁଷ୍ଟାନର ପରିଚାଳନା ନୀତି ଉପରେ ଆଲୋକପାତ କରିଥିଲେ । ଏହା ପରେ ଦ୍ୱିତୀୟ ଅଧିବେଶନରେ ଏଆର୍. ସି ଆର୍ ରାଜୁ, ଓ ଆଇଆଇଏର ଚାର୍ଟାର୍ଡ ଆକାଉଟାଂଟ୍ ଚାପ୍ଟର, କେନ୍ଦ୍ର, ଉପ କେନ୍ଦ୍ରଗୁଡ଼ିକର କର୍ମକର୍ତାଙ୍କ ଭୂମିକା ଓ ଦାୟିତ୍ୱ ବିଷୟରେ ଆଲୋଚନା କରିଥିଲେ ଯାହା ଅନୁଷ୍ଠାନ ପରିଚାଳନାର ଏକ ବ୍ୟାପକ ଦୃଷ୍ଟିକୋଣ ପ୍ରଦାନ କରିଥିଲା । ଏହି ଦିବସରେ ଅପୂର୍ବା ବୋଷ ଦତା ଓ ଏଆର୍ ଜିତ ଗୁପ୍ତାଙ୍କ ଦୁଇଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା ଯାହା ସ୍ଥାପତ୍ୟ ସମୁଦାୟରେ ସ୍ଥାପତ୍ୟ ଜ୍ଞାନର ଗଭୀରତାକୁ ଜଣାଉଛି । ତୃତୀୟ ଅଧିବେଶନରେ “ଆଇଆଇଏର ନୂଆ ଅଭିଯାନ’ ସମ୍ପର୍କରେ ଆଲୋଚନା ହୋଇଥିଲା ଯାହା ଅନୁଷ୍ଠାନର ଭବିଷ୍ୟତ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲା ।
ସମ୍ବିଧାନ ବାଇଲ’ ଉପରେ ଏଆର୍. ଦିବ୍ୟ କୁଷ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଏହି ଅଧିବେଶ ଅଂଶଗ୍ରହଣକାରୀଙ୍କୁ ସମୃଦ୍ଧ କରିବା ଓ ଜ୍ଞାନର ଆଦାନପ୍ରଦାନରେ ସହାୟକ ହୋଇଥିଲା । ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ପ୍ୟାନେଲ ଆଲୋଚନା କାର୍ଯ୍ୟକ୍ରମରେ ଗଭୀରତା ଯୋଡ଼ିବା ସହ ଚିନ୍ତାଧାରା ଓ ଦୃଷ୍ଟିକୋଣର ଅର୍ଥପୂର୍ଣ୍ଣ ଆଦାନପ୍ରଦାନ କରିବାରେ ସହାୟକ ହୋଇଥିଲା । ରାତିରେ ଆଇଆଇଏ ଲିଡରସିପ୍ କନ୍କ୍ଲେଭ୍ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩ ପକ୍ଷରୁ ଉଲ୍ଲେଖନୀୟ ସ୍ଥପତିଙ୍କୁ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୭୨ ପରଠାରୁ କାର୍ଯ୍ୟ କରୁଥିବା ଓଡ଼ିଶାର ପ୍ରଥମ ମହିଳା ପ୍ରାକ୍ଟିସିଂ ସ୍ଥପତି ଏଆର୍. ଗୀତା ପଟ୍ଟନାୟକଙ୍କୁ ଦି ଓଟୋ କୋଏନସବର୍ଗର ଲାଇଫ୍ଟାଇମ୍ ଆଚିଭମେଂଟ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୭୬ରୁ ଶିକ୍ଷାବିତ ଓ ପ୍ରାକ୍ଟିସନର ଭାବେ କାର୍ଯ୍ୟ କରୁଥିବା ଏଆର୍. ସତ୍ୟ ନାରାୟଣ ଆଚାର୍ଯ୍ୟଙ୍କୁ ସ୍ଥାପତ୍ୟ କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ କେ ବି ମହାପାତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।