ନୂଆଗାଁ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ର ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଆଗରେ ଧାରଣା

୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୂଆଗାଁ ବ୍ଲକ୍ ନିଖିଳ ଉତ୍କଳ ପ୍ରାଥମିକ ସଙ୍ଘ ପକ୍ଷରୁ ତରଫରୁ ୩ ଦଫା ଦାବି ନେଇ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି l ଏହି ଆନ୍ଦୋଳନ ଯୋଗୁଁ ନୂଆଗାଁ ବ୍ଳକର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାଘାତ ସୃଷ୍ଟି ହେବ | ଏହି ଆନ୍ଦୋଳନ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସାରା ରାଜ୍ୟର ୩୧୪ ବ୍ଳକରେ ଚାଲିଛି | କନିଷ୍ଠ ଶିକ୍ଷକଙ୍କୁ ୬ ଟି ଇନ୍‌କ୍ରିମେଣ୍ଟ ପ୍ରଦାନ କରିବା ସହ ନିୟମିତ କରିବା,କ୍ରୀଡା କଳା ଶିକ୍ଷକ ଓ ଏକ୍ସ କ୍ୟାଡର୍ ଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ,ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବା ,

ନୂତନ ପେନ୍‌ସନ ଉଚ୍ଛେଦ କରି ପୁରାତନ ପେନସନ୍ ବ୍ୟବସ୍ଥାର ପୁନଃ ପ୍ରଚଳନ କରିବା ଆଦି ଦାବି ପୁରଣ ନ ହେବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ସଭାପତି ସୁଧୀର କୁମାର ପ୍ରଧାନ ଓ ସମ୍ପlଦକ ସୁରେଶ ଚନ୍ଦ୍ର ମହାପାତ୍ର ସୁଚନା ମିଳିଛି।ଆଗାମୀ ୧୧ ତାରିଖରୁ ସମସ୍ତ ବର୍ଗର ଶିକ୍ଷକ ସମୂହ ଛୁଟିରେ ରହି ଆନ୍ଦୋଳନ କରିବେ ବୋଲି ଜଣା ପଡିଛି।ତେବେ ଶିକ୍ଷାବର୍ଷ ଅଧାରୁ ଏଭଳି ସ୍ଥିତି ସୃଷ୍ଟି ହେବା ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କ ପାଠପଢ଼ା ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।ତେଣୁ ରାଜ୍ୟ ସରକାର ଏହି ସମସ୍ୟା ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ସମସ୍ୟା ସମାଧାନ କରିବାକୁ ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି।

Exit mobile version