ବିଦ୍ୟୁତ ବିଭାଗର ଚରମ ଅବହେଲା, ବିଦ୍ୟୁତ ଆଘାତରେ ଜଣେ ମହିଳା ମୃତ ଓ ଜଣେ ଗୁରୁତ୍ବ ପରିବାର କ୍ଷେତି ପୂରଣ ଦାବି

୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ବେଡିଙ୍ଗ ଗ୍ରାମରେ ଘଟିଛି ଏକ ଅଘଟଣ । ସୁଚନା ପ୍ରକାରେ ଆର,ଉଦୟଗିରି ବ୍ଳକର ବେଡିଙ୍ଗ ଗ୍ରାମର ପୂର୍ବତନ ଓ୍ବାର୍ଡ ମେମ୍ବର ସୁବାସ ଚନ୍ଦ୍ର ମଣ୍ଡଳଙ୍କ ସ୍ତ୍ରୀ ଦୁଃଖି ମଣ୍ଡଳ ଓ ଲାବାନ୍ୟ ଜାନୀଙ୍କ ସ୍ତ୍ରୀ ସୀତା ଜାନୀକ୍ମ ପାଣି ଆଣୁଥିବି ବେଳେ ଅଜାଣତରେ ଝୁଲୁଥିବା ବିଦ୍ୟୁତ ତାର ସ୍ପଂଶ୍ବର୍ସରେ ଆସି ଦୁଃଖୀ ମଣ୍ଡଳ ତଳେ ପଡିଗଲେ ତାଙ୍କୁ ଉଠେଇବା ପାଇଁ ଚେଷ୍ଟା କରି ସୀତା ଜାନୀ ମଧ୍ୟ ତଳେ ପଡିଗଲେ । ହେଲେ ଘଟଣା ସ୍ଥଳରେ ଦୁଃଖୀର ମୃତ୍ୟୁ ହେଇଥିବା ସନ୍ଦେହ ହୋଇଥିବା ବେଳେ ଗୁରୁତ୍ବର ଅବସ୍ଥାରେ ଥିବା ସୀତା ଓ ଦୁଃଖୀର ଉଭୟଙ୍କୁ ଗ୍ରାମବାସୀ ରାମଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।

ରାମଗିରିର ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଜୟକୃଷ୍ଣ ସେଠି ଦୁଃଖୀଙ୍କୁ ମୃତ ଘୋଷଣା କରିଥିଲେ ଓ ଗୁରୁତ୍ବର ସୀତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସାଲାଗି ପାରଳାଖେମଣ୍ଡି ମୂଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଧିକ ଚିକିତ୍ସା ପଠାଇଦେଇଥିଲେ । ଖବର ପାଇ ରାମଗିରି ଥାନା ଅଧିକାରୀ ଲୋକନାଥ ବେହେରା ଓ ପୋଲିସ ଟିମ୍ ଘଟଣା ସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ପରିବାର ଓ ଗ୍ରାମବାସୀ ବିଦ୍ୟୁତ ଆଘାତରେ ମୃତ୍ୟୁ ପରିବାରଙ୍କୁ କ୍ଷେତି ଯୋଗାଦେବା ଦାବି ହେଉଛି ।

Exit mobile version