ଗଜପତି ଜିଲ୍ଲାର ୧୧ ଟି ପର୍ଯ୍ୟଟନସ୍ଥଳୀ ପରିଦର୍ଶନରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ ବାଳ ମୁକୁନ୍ଦ ଭୂୟାଁ

୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଳକ ୫-ଟି ସଚିବଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲାର ୧୧ଟି ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି, ବିକାଶ, ମାନ୍ୟତା ଓ ଅନୁଦାନ ପ୍ରଦାନ ନିମନ୍ତେ କେଉଁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ପ୍ରଯୁଜ୍ୟ ସେହି ସ୍ଥାନଗୁଡିକୁ ପରିଦର୍ଶନ କରିବେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ବାଳମୁକୁନ୍ଦ ଭୂୟାଁଙ୍କ ସମେତ ୪ ଜଣ ଟେକନିକାଲ ଟିମ୍ । ସଚିବ ପ୍ରଥମେ ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡି ପଞ୍ଚାୟତ ବ୍ରାହ୍ମଣୀଦେବୀ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିବା ପରେ ଚନ୍ଦ୍ରଗିରି ନିକଟସ୍ଥ ଖସଡା ଜଳପ୍ରପାତ ବୁଲି ଦେଖିଛନ୍ତି ।

ଜିଲ୍ଲାରେ ସଚିବ ୩ ଦିନ ଧରି ୭ ଗୋଟି ବ୍ଳକର ୧୧ଟି ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବେ ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି । ଅତିରିକ୍ତ ସଚିବଙ୍କ ପରିଦର୍ଶନ ବେଳେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜ୍ୟୋତିରାଜ ଅଧିକାରୀ, ବ୍ଳକ ଅଧ୍ୟକ୍ଷ ରଞ୍ଜିବ ଶବର,ବ୍ଳକ ନିର୍ବାହୀ ଯନ୍ତ୍ରୀ ଆଶିଷ ଶତପଥୀ, ମୋହନା ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଳିକଙ୍କ ସମେତ କର୍ଚ୍ଚବାଡ଼ି ସରପଞ୍ଚ, ସମିତିସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Exit mobile version