ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦିବ୍ୟାଙ୍ଗ ବିଦ୍ୟାଳୟରେ ବିଶ୍ବ ମାଂସପେଶୀ ସ୍ନାୟବିକ ଦିବସ ପାଳିତ

୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି  :-> ଗୁରୁବାର ଦିବା ୨ ଘଟିକା ସମୟରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର, ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ଓ ସ୍ଵତନ୍ତ୍ର ବିଦ୍ୟାଳୟରେ ବିଶ୍ବ ମାଂସପେଶୀ ସ୍ନାୟବିକ ଦିବସ ପାଳନ କରାଯାଇଛି। ଉକ୍ତ ସଭାରେ ବିଦ୍ୟାଳୟର ପରିଚାଳନା କମିଟିର ସମ୍ପାଦକ ଶ୍ରୀ ଦଣ୍ଡାସି ସାହୁ ସଭାପତିତ୍ବ କରିଥିଲେ ।

ଅଧ୍ୟକ୍ଷ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ମଧୁସୂଦନ ପାଢ଼ୀ ଯୋଗ ଦେଇ ମାଂସପେଶୀ ଓ ସ୍ନାୟବିକ ରୋଗ ଉପରେ ଆଲୋଚନା ରଖିଥିଲେ। ମୁଖ୍ୟ ବକ୍ତା ଶ୍ରୀ ପ୍ରସାନ୍ତ ବୀର ପିଲାମାନଙ୍କୁ , ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ବ୍ୟାୟାମର ଉପକାରିତା ସମ୍ପର୍କରେ ବୁଝାଇ ଥିଲେ।

ଉକ୍ତ ସଭାକୁ ପରିଚାଳନା କରିଥିଲେ ଅଧ୍ୟକ୍ଷ ଶ୍ରୀ ଦାମୋଦର ଦାସ। ପରିଶେଷରେ କୋଷାଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ଜେନା, ସଭ୍ୟ ଶ୍ରୀ ରବି ସାମନ୍ତରା, ପରିଚାଳକ କମିଟି, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏଥିସହିତ ମସ୍ତିସ୍କ ପକ୍ଷାଘାତ ବିଭାଗର ଅଧ୍ୟକ୍ଷା ଶ୍ରୀମତୀ ନିରୋଜା କୁମାରୀ ବେହେରାଙ୍କ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଦେଇଥିଲେ। ପରିଶେଷରେ ସଭାପତି ଶ୍ରୀ ଦଣ୍ଡାସି ସାହୁ ସଭାସାଙ୍ଗ କରିଥିଲେ ।

Exit mobile version