ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ସଚେତନତା ଶିବିର

୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଵାଣପୁର ବ୍ଲକ୍ ଅନ୍ତର୍ଗତ କହ୍ନେଇ ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଏକ ଦିବସୀୟ ବିଦ୍ୟାଳୟ ନିରାପତ୍ତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା ଶିବିର ରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା, ବଜ୍ର ପାତ,ସାପ କାମୁଡା,ଵନ୍ୟା,ସନ୍ ଷ୍ଟ୍ରୋକ, ରାସ୍ତା ନିରାପତ୍ତା, ଅଗ୍ନି ନିରୋଧ, ଆଦି ସମ୍ପର୍କରେ ସେଗୁଡିକ ର ପ୍ରଶମନ ଓ ନିରାକରଣ ତଥା ପ୍ରାଥମିକ ଉପଚାର ସମ୍ପର୍କରେ ବିଭିନ୍ନ କୈ ।

ଶଳ ପ୍ରଦର୍ଶନ ସହ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ବିଶିଷ୍ଟ ସମାଜସେବୀ ତଥା ସେଣ୍ଟ ଜନ୍ ଆମ୍ବୁଲାନ୍ସ ର ଆଜୀବନ ସଭ୍ୟ ଅଧ୍ୟାପକ ଅନନ୍ତ ଚରଣ ଖଟେଇ । ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାସୁଦେବ ବାରିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କର୍ମଶାଳାରେ ଶିକ୍ଷକ ଆଲୋକ କୁମାର ବରାଳ, ଦୁର୍ଗା ପ୍ରସାଦ ମହାପାତ୍ର, ଦୁର୍ଯ୍ୟୋଧନ ମୁଦୁଲି, ଶିକ୍ଷୟିତ୍ରୀ ଟିକିନା ଭାରିମଲ୍ଲ, ସୁନିତା ମହାପାତ୍ର ପ୍ରମୁଖ ସମ୍ପୂର୍ଣ୍ଣ ସହାୟତା କରିଥିଲେ ।

Exit mobile version