ପଞ୍ଚାୟତ ବାସୀଙ୍କ ସ୍ବପ୍ନ ପୂରଣ କଲେ ଚମ୍ପୁଆ – ବିଧାୟିକା

୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚମ୍ପୁଆ :-> ଚମ୍ପୁଆ ବ୍ଲକ ଅନ୍ତର୍ଗତ କୁଟାରୀ ପଶି ପଞ୍ଚାୟତର ସମସ୍ତ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ନିଜସ୍ବ ପାଣ୍ଠିରୁ ମଞ୍ଜୁର କରିଥିବା ମୋଟ ୧୭ଲକ୍ଷ ଟଙ୍କାର ନୂତନ କଂକ୍ରିଟ ରାସ୍ତା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରି ପଞ୍ଚାୟତ ବାସୀଙ୍କ ହୃଦୟ ଜିତି ପାରିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ବିଧାୟିକା ଯୋଗ ଦେଇଥିଲେ ଏବଂ ସ୍ଥାନୀୟ ସରପଞ୍ଚ ଜୟରାମ ଚାତାର,ସମିତି ସଭ୍ୟ ପାରଦାନ ବାନାରା ଓ ଶତାଧିକ ପଞ୍ଚାୟତ ବାସୀ ଉପସ୍ଥିତ ରୋହି ଶିଳାନ୍ୟାସ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ସେହିପରି ଜାମୁଦଲକ ପଞ୍ଚାୟତର ଜଗନ୍ନାଥ ପୁର ଗ୍ରାମରେ ମଧ୍ୟ ବିଧାୟିକା ପାଣ୍ଠିରୁ ୫/୩ଲକ୍ଷ ଟଙ୍କାର ଦୁଇଟି ନୂତନ କଂକ୍ରିଟ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରି ଗ୍ରାମବାସୀଙ୍କୁ ବିକାଶର ରାସ୍ତା ଦେଖାଇଲେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ।

Exit mobile version