ଗୋଲାମୁଣ୍ଡା ଠାରେ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> ଗତକାଲି ତା ୭.୯.୨୦୨୩ ରିଖ ଦିନ ଗୋଳମୁଣ୍ଡା ବ୍ଲକ ସ୍ଥିତ ତୁମୁରା ମାର୍କେଟ ଧାନମଣ୍ଡି ଠାରେ ଏକ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମାନ୍ୟବର ବିଧାୟକ ଜୁନାଗଡ ଶ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ । ଅନ୍ୟତମ ଅତିଥି ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ , ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶ୍ରୀଧର ପଣ୍ଡା , ସଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ନରେନ୍ଦ୍ର ରାଇକା ,

ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଲ ଅନ୍ୟ କର୍ମଚାରୀ ବୃନ୍ଦ ସହ ଟ୍ରେଡ ୟୁନିୟନ ସଦସ୍ୟ , ସାମାଜିକ କର୍ମୀ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ନିଜ ବକ୍ତବ୍ୟରେ ଓଡିଶା ସରକାରଙ୍କ ନିର୍ମାଣ ଶ୍ରମିକଙ୍କ ପାଇଁ ବିଭିନ୍ନ ସହାୟତା ଓ ପଞ୍ଜୀକରଣ ନିଜକୁ କିଭଳି କରିପାରିବେ ଓ ଏହାର ସୁବିଧା ସୁଯୋଗ ପାଇପାରିବେ ତାହା ଶ୍ରମିକ ଭାଇଭଉଣୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ମଣ୍ଡଲ ନିର୍ମାଣ ଶ୍ରମିକମାନଙ୍କ ପାଇଁ କିଭଳି ଅନଲାଇନରେ ନିଜକୁ ଆବେଦନ କରି ବିଭିନ୍ନ ସହାୟତା ଉପଲବ୍ଧି କରିପାରିବେ ତାହା ଶ୍ରମିକ ଭାଇ ଭଉଣୀମାନଙ୍କୁ ବୁଝାଇଥିଲେ ।

ଆଜି ଶିବିରରେ ୬୦ ଜଣଙ୍କୁ ଶିକ୍ଷା ସହାୟତା ରୂପେ ୨୬୧୮୦୦/- ଟଙ୍କା , ବିବାହ ସହାୟତା ରୂପେ ୧୯ ଜଣଙ୍କୁ ୯୨୫୦୦୦/- ଟଙ୍କା , ମାତୃତ୍ଵ ସହାୟତା ରୂପେ ୧ ଜଣଙ୍କୁ ୧୦,୦୦୦/- ଟଙ୍କା , ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ରୂପେ ୨୫ ଜଣଙ୍କୁ ୧୨୫,000/- ଟଙ୍କା , ମୃତ୍ୟୁକାଳୀନ ସହାୟତା ରୂପେ ୨୬ ଜଣଙ୍କୁ ୫୧,00,000/- ଟଙ୍କା ; ଏଭଳି ମୋଟ ୧୩୧ ଜଣଙ୍କୁ ୬୪୨୧୮୦୦/- ଟଙ୍କା ସହାୟତା ଡି.ବି.ଡି ମାଧ୍ୟମରେ ହିତାଧିକାରୀଙ୍କ ଜମାଖାତାକୁ ପ୍ରେରଣ କରାଗଲା । ଶିବିରରେ ପ୍ରତିନିଧି ଟ୍ରେଡ ୟୁନିୟନ ସଭ୍ୟ, ଗଣମାଧ୍ୟମ ପ୍ରତିନିଧିଙ୍କ ସହ ପ୍ରାୟ ୪୦୦ରୁ ଊର୍ଦ୍ଧ୍ଵ ଶ୍ରମିକ ଭାଇଭଉଣୀ ଉପସ୍ଥିତ ଥିଲେ ।

Exit mobile version