ନଖରା ମା, ଜାଗୁଳାଇ ଦୂର୍ଗାପୂଜା କମିଟିର ପ୍ରସ୍ତୁତ ବୈଠକ ଓ ମାଟି ଉଠାଣ

୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :->  ନନ୍ଦ ଉତ୍ସବ ତିଥିରେ ଦୂର୍ଗାପୂଜା ପାଇଁ ମାଟି ଅନୁକୂଳ କରାଯିବାର ବିଧି ରହିଛି । ଏହି ବିଧି ଅନୁସାରେ ଗୁରୁବାର ଦିନ ଭୁବନେଶ୍ୱର ମହାନଗର ନିଗମ ୪ ନମ୍ବର ୱାର୍ଡ ନଖରା ଗ୍ରାମର ମା, ଜାଗୁଳାଇ ଦୂର୍ଗାପୂଜା କମିଟି ପକ୍ଷରୁ ନିକଟସ୍ଥ କେନାଲ କୂଳରେ ପୂଜା ପାଠ କରାଯାଇ, ମାଟି ଉଠା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ପୂଜା କାର୍ଯ୍ୟ ୨୫ ବର୍ଷରେ ପହଞ୍ଚି ଥିବାରୁ, ରୌପ୍ୟ ଜୟନ୍ତୀ ପୂତ୍ତି ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ,

ଦୂର୍ଗାପୂଜା କମିଟିର ସଭାପତି ଅଶୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ଦୂର୍ଗା ପୂଜା କମିଟିର ସଂପାଦକ ନଳୀନ୍ କୁମାର ସ୍ୱାଇଁ , ପ୍ରମୋଦ ମହାନ୍ତି, ବଳରାମ ସାହୁ, ଗୋକୁଳାନନ୍ଦ ନାଥ, ବିଶ୍ୱଜିତ ସ୍ୱାଇଁ, ପ୍ରମୁଖ ସମସ୍ତ ସଦସ୍ୟ ଉପସ୍ଥିତଥିଲେ । ଚଳିତ ବର୍ଷ ଦୂର୍ଗାପୂଜାରେ ଅଧିକ ସାଜସଜ୍ଜା ସାଙ୍ଗକୁ ଏଥର ସ୍ୱତନ୍ତ୍ର ଭାବେ ଜଗନ୍ନାଥଙ୍କର ୧୩ ଟି ବେଶ କରାଯିବା ସହିତ , ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯିବ । ସମସ୍ତ ବିଷୟରେ ବୈଠକରେ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ନିଆ ଯାଇଛି ।

Exit mobile version