ବୀମା ସସ୍ତାହ ଦିବସ ଉଦଯାପନ

୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ବାଲୁଗାଁ ଜୀବନ ବୀମା କାର୍ଯ୍ୟାଳୟରେ ବୀମା ସସ୍ତାହ ଦିବସ ଉଦଯାପିତ ହୋଇଯାଇଛି । ଏହି ସଭାରେ ମୂଖ୍ୟ ଅତିଥି ଭାବେ ବରିଷ୍ଠ ଶାଖା ପରିଚାଳକ ଉମାକାନ୍ତ ଉଦଗାତା, ସମ୍ମାନୀତ ଅତିଥି ଭାବେ ଶାଖା ପରିଚାଳକ ପ୍ରିୟରଞ୍ଜନ ବେହେରା, ବସନ୍ତ କୁମାର ସାହୁ ପ୍ରାସାସନିକ ଅଧିକାରୀ, ଆସ୍ତିକ କୁମାର ଦଳେଇ ସହାୟକ, ସମସ୍ତ କର୍ମଚାରୀ, ଅଭିକର୍ତ୍ତା ଓ ସ୍କୁଲ ରୁ ଆସିଥିବା ଶିକ୍ଷକ , ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ଉଦଯାପନ ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଚିତ୍ରାଙ୍କନ ଜୁନିଅର ବିଭାଗର ଅପୂର୍ଭା ସାହୁ ପ୍ରଥମ ସ୍ଥାନ, ଦ୍ଵିତୀୟ ସ୍ଥାନ ସୋନମ୍ ପାତ୍ର, ତୃତୀୟ ସ୍ଥାନରେ ଆଦର୍ଶ ସାହୁ , ସିନିୟର୍ ଚିତ୍ରାଙ୍କନ ରେ ଜହନ କୁମାର ପ୍ରଥମ, ଅପର୍ଣ୍ଣା ପ୍ରଧାନ ଦ୍ଵିତୀୟ ସମସ୍ତେ ଚିଲିକା ରାଣୀ ଇଂରାଜୀ ମାଧ୍ୟମିକ ସ୍କୁଲ ର ଛାତ୍ରଛାତ୍ରୀ ଅଟନ୍ତି ।

ଜୁନିଅର ରଚନା ବିଭାଗରେ ପ୍ରଥମ ସାଇ ପ୍ରସାଦ ମହାରଣା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଦିତୀୟ ରେ ରିତିକା ରାଣୀ ବେହେରା ଚିଲିକା ରାଣୀ ଇଂରାଜୀ ମାଧ୍ୟମିକ ସ୍କୁଲ, ତୃତୀୟ ସ୍ଥାନରେ ସ୍ଥିତି ପ୍ରଜ୍ଞା ପ୍ରଧାନ ଭେଙ୍କେଟେଶ୍ଵର ଇଂରାଜୀ ମାଧ୍ୟମିକ ସ୍କୁଲ, ରଚନା ସିନିୟର୍ ବିଭାଗରେ ପ୍ରଥମ ଓମ୍ ପ୍ରକାଶ ସାହୁ ଭେଙ୍କେଟେଶ୍ଵର ଇଂରାଜୀ ମାଧ୍ୟମିକ ସ୍କୁଲ, ଦିତୀୟ ରେ ଶ୍ରୀୟା ପ୍ରିୟଦର୍ଶିନୀ ଚିଲିକା ରାଣୀ ଇଂରାଜୀ ମାଧ୍ୟମିକ ସ୍କୁଲ, ତୃତୀୟ ସ୍ଥାନରେ ସପ୍ତପର୍ଣ୍ଣା ପ୍ରିୟଦର୍ଶିନୀ ଜେ.ସି.ସରକାରୀ ଛାତ୍ରୀ ଉଚ୍ଚ ବିଦ୍ୟାଳୟ ବାଲୁଗାଁ କୁ ମାନପତ୍ର, ମେଡାଲ ଓ କିଛି ପୁରସ୍କାର ପ୍ରଦାନ କରାଯାଇଥିଲା। ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା ।

Exit mobile version