ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ କେନ୍ଦ୍ରରେ ନନ୍ଦୋତ୍ସବ

୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ନାଚୁଣୀ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ କେନ୍ଦ୍ରରେ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣ ଙ୍କ ଅଲୈ । କିକ ଧରାବତରଣ ର ପରବର୍ତ୍ତୀ ଦିବସ ନନ୍ଦୋତ୍ସବ ଭାବେ ପାଳିତ ହୋଇ ଯାଇଛି।କେନ୍ଦ୍ର ର ପରିଚାଳିକା ବ୍ରହ୍ମକୁମାରୀ ନୀଲୁ ଭଉଣୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ମାନ୍ୟଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ଚିଲିକା ପୂଜ୍ୟପୂଜା ସଂସଦ ର ସଭାପତି ଦିଲ୍ଲୀପ କୁମାର ଶତପଥୀ,ମୁଖ୍ୟ ଅତିଥି, ଭାରତୀୟ ଷ୍ଟେଟ ବ୍ୟାଙ୍କ, ନାଚୁଣୀ ଶାଖାର ପ୍ରବନ୍ଧକ ଭାଗିରଥୀ ନାୟକ, ସାହାରା ଇଣ୍ଡିଆ, ନାଚୁଣୀ ଶାଖାର ପ୍ରବନ୍ଧକ ସୁଶାନ୍ତ କୁମାର ମହାନ୍ତି, ବିଶିଷ୍ଟ ସଙ୍ଗୀତଜ୍ଞ ଅଜିତ୍ କୁମାର ମିଶ୍ର, ନାଚୁଣୀ ବରିଷ୍ଠ ନାଗରିକ ସଂଘ,

ନାଚୁଣୀ ର ସଭାପତି ଅଶ୍ଵିନୀ କୁମାର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ର ଶୁଭ ଉଦ୍ଘାଟନ କରିବା ପରେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହାପରେ ଅତିଥି ମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଜୟନ୍ତୀ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଉପରେ ଆଲୋଚନା କରି ସମ୍ପ୍ରତି ସମାଜରେ ଶାନ୍ତି ଓ ସଂହତି ପ୍ରତିଷ୍ଠା ରେ ପ୍ରଜାପିତା ବ୍ରହ୍ମକୁମାରୀ କେନ୍ଦ୍ର ର ନିଃସ୍ଵାର୍ଥପର ଭୂମିକା ର ଭୂୟସୀ ପ୍ରଶଂସା କରିଥିଲେ । ତତ୍ପରେ ମାତା ମାନଙ୍କ ର ହୁଳହୁଳି ଧ୍ବନି ମଧ୍ୟରେ ଅତିଥି ମାନଙ୍କ ଦ୍ଵାରା ଉତ୍ସବର କେକ୍ କଟାଯାଇ ବଣ୍ଟନ କରାଯାଇଥିଲା ।

କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମକୁମାରୀ ନୀଲୁ ଭଉଣୀ ତାଙ୍କର ଦୀକ୍ଷାନ୍ତ ଭାଷଣରେ ଶ୍ରୀକୃଷ୍ଣ ଙ୍କ ଲୀଳା ର ମହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କୁ ଐଶ୍ୱରୀୟ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସଙ୍ଗୀତଜ୍ଞ ଅଜିତ ମିଶ୍ର ସୁଲଳିତ କଣ୍ଠରେ ରେ ଆତ୍ମନ ନିଦ୍ରା ପରିହରି ଶୀର୍ଷକ ସଙ୍ଗୀତ ଗାନ କରିଵା ସହ ଦୁଇ ଜଣ ଶିଶୁ ନ୍ରୂତ୍ୟଶିଳ୍ପୀ ଭକ୍ତି ରସାତ୍ମକ ଲୋକନ୍ରୃତ୍ୟ ପରିବେଷଣ କରିଥିଲେ । ପରିଶେଷରେ ସନ୍ତୋଷ ନନ୍ଦ ଭାଇ ଅତିଥି ମାନଙ୍କ ସମେତ ସମସ୍ତ ସହଯୋଗୀ ଓ ଶ୍ରଦ୍ଧାଳୁ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ପରେପରେ ସମସ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା ।

Exit mobile version