ଗାଡି ଦୁର୍ଘଟଣା ରେ କଲେଜ ଛାତ୍ରୀ ଙ୍କ ମୃତ୍ୟୁ ଘଟଣା…. ନ୍ୟାୟ ଦାବିରେ ଛାତଛାତ୍ରୀ ମାନଙ୍କ ପକ୍ଷରୁ ଉପଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ୫ ଦଫା ଦାବି ପତ୍ର ପ୍ରଦାନ

ଆଉ କେତେଜଣ ଙ୍କ ଜୀବନ ଗଲେ ଚେତିବ ପ୍ରସାଶନ : ଅକାଳ ରେ ଚାଳିଗଲା କଲେଜ ଛାତ୍ରୀ ଙ୍କ ଜୀବନ : ପାଠପଢା ଛାଡି ହକ୍ ଦାବି କରୁଛନ୍ତି ଛାତ୍ରଛାତ୍ରୀ

୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ଗାଡି ଦୁର୍ଘଟଣା ରେ ପାଟଣାଗଡ଼ ଜବାହର ଲାଲ କଲେଜ ଛାତ୍ରୀ ସ୍ମିତା ଶୁଭଦର୍ଶନୀ ପଧାନ ଙ୍କ ମୃତ୍ୟୁ ଘଟଣା କୁ ନେଇ ଆଜି ଛାତ୍ରଛାତ୍ରୀ ମାନେ ଉପଜିଲ୍ଲାପାଳ ଅଫିସ ଘେରାଉ କରିଛନ୍ତି | ମୃତକଙ୍କ ପରିବାର କୁ ୨୦ ଲକ୍ଷ ଟଙ୍କା ସରକାରୀ ସହାୟତା ରାଶି ପ୍ରଦାନ କରିବା ସାଙ୍ଗକୁ ଉପଖଣ୍ଡ ରେ ଥିବା ସମସ୍ତ କଲେଜ ରୁ ପ୍ରାୟ ୨ କିମି ରାସ୍ତା ରେ ଥିବା ସବୁ ଦେଶୀ ବିଦେଶୀ ମଦଭାଟି ଭଠାଇବା , ସଂପୃକ୍ତ ଗାଡ଼ି ଚାଳକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା , ଭାରି ଯାନ ତଥା ମାଳ ବୋଝେଇ ଗାଡ଼ି ସ୍କୁଲ ସମୟରେ ଗାଡ଼ି ଚଳାଚଳ ବନ୍ଦ କରିବା , ଛାତ୍ର ଛାତ୍ରୀ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ,ସବୁ ସ୍କୁଲ କଲେଜ ସାମ୍ନା ରେ ସ୍ପିଡ ବ୍ରେକର ହମ୍ପସ ସହ ଜଣେ ପୁଲିସ କୁ ନିଯୁକ୍ତି ଦେବା ଆଦି ଦାବି ସମୁହ ୫ ଦଫା ଦାବି ନେଇ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି |

ଗତ ସେପ୍ଟେମ୍ବର ୨ ତାରିଖ ଦିନ କଲେଜ ଗେଟ ସମ୍ମୁଖରେ ଏକ ମିନି ଟ୍ରକ ଧକ୍କା ରେ ମୃତ୍ୟୁ ବରଣ କରିଥିଲେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ସ୍ମିତା ପ୍ରିୟଦର୍ଶିନୀ | ଘଟଣା କୁନେଇ ୭ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କିଛି ଆଖି ଦୃଶିଆ ପଦକ୍ଷେପ ମାନ ଗ୍ରହଣ କରାଯାଇନଥିବାରୁ ଆଜି ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ |ପ୍ରଥମେ କଲେଜ ଗେଟ ରେ ତାଲା ପକାଇ ସେଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଥିଲେ | ଶହ ଶହ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରା ରେ ସାମିଲ ହୋଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ କୁ ପହଞ୍ଚିଥିଲେ । ସେଠାରେ ଛାତ୍ରଛାତ୍ରୀ ମାନେ ପ୍ରଶାସନ ଗୋ ବେଗ ,ପ୍ରଶାସନ ହାଏହାଏ , ଜଷ୍ଟିସ ଫର ସ୍ମିତା ଆଦି ବିଭିନ୍ନ ନାରାବାଜି ଦେଇଥିଲେ । ପରେ ଉପଜିଲ୍ଲାପାଳ ଡଃ ବିଜୟାନନ୍ଦ ସେଠୀ ଧାରଣା ସ୍ଥଳକୁ ଆସି ଛାତ୍ରଛାତ୍ରୀ ମାନଙ୍କ ଠାରୁ ଏକ ୫ ଦଫା ସମ୍ବଳିତ ଦାବିପତ୍ର ଗ୍ରହଣ କରିଥିଲେ ।

ଅନ୍ୟପଟେ ଆନ୍ଦୋଳନ କାରି ଙ୍କୁ ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ ଧମକ ଚମକ ଦେବା କଥା କୁନେଇ ଛାତ୍ରଛାତ୍ରୀ ମାନଙ୍କ ଭିତରେ ଉତ୍ତେଜନା ଦେଖାଦେଇଥିଲା । ପରେ ଛାତ୍ରଛାତ୍ରୀ ମାନେ ଉପଜିଲ୍ଲା ପାଳ କାର୍ଯ୍ୟାଳୟ କୁ ଯାଇ ତାଙ୍କ ଦାବି ଉପରେ ଆଲୋଚନା କରି ଥିଲେ | ଏ ଘଟଣାକୁ ନେଇ କଲେଜ କତ୍ତୃପକ୍ଷ ପକ୍ଷରୁ କୌଣସି ସହଯୋଗ କରାଯାଉନ ଥିବା ଏବଂ କଲେଜ ର କେତେ ଜଣ ଅଧ୍ୟାପକ ଓ ଅଧ୍ୟାପିକା ଛାତ୍ରଛାତ୍ରୀ ମାନଙ୍କୁ ରେଗିଂ କରୁଥିବା କଥା ଚେୟାରମ୍ୟାନ ତଥା ଉପଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ ।

ଦାବିପତ୍ର ଗ୍ରହଣ ପରେ ସବୁଦିଗ ଉପରେ ଆଲୋଚନା ସହ ସମାଧାନ କରାଯିବ ବୋଲି ଉପଜିଲ୍ଲାପାଳ ଡଃ ସେଠ ପ୍ରତିଶୃତୀ ଦେଇଥିଲେ । ଦାବି ପତ୍ର ପ୍ରଦାନ ସମୟ ରେ ସ୍ମୀତା ପ୍ରଜ୍ଞା ମହାନ୍ତି ,ରୁଚିକା ନାଏକ ,ପ୍ରତାମ ମେହେର , ଚିନ୍ତା ଖର୍ସେଲ ,ଅଭିସ୍ପା ଭୋଇ ,ନିଶା ଭୋଇ ଋତୁରାଜ ନନ୍ଦ , ଆକାଂକ୍ଷା ସାହୁ ଙ୍କ ସମେତ ୧ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରି ଯାଇଥିଲେ । ଆଇନ ସୁରକ୍ଷା ପାଇଁ ଏସଆଇ ବ୍ରଜକିଶୋର ପଣ୍ଡା ଙ୍କ ସହ ତାଙ୍କ ଷ୍ଟାପ ଉପସ୍ଥିତ ଥିଲେ ।

Exit mobile version