ଶିକ୍ଷକମାନେ ଶିକ୍ଷାର ମେରୁଦଣ୍ଡ : ଜିଲ୍ଲା ଶିକ୍ଷା ଅଧିକାରୀ – ଆରମ୍ଭ ହେଲା ଜିଜ୍ଞାସା ପ୍ରଶିକ୍ଷଣ ଶିବିର

୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :-> ନୟାଗଡ଼ ବ୍ଲକର ପ୍ରଥମ ପର୍ଯ୍ୟାୟ ” ଜିଜ୍ଞାସା ” ପ୍ରଶିକ୍ଷଣ ଶିବିର ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ, ଇଟାମାଟି ଠାରେ ତା ୭-୦୯-୨୦୨୩ ଠାରୁ ଆରମ୍ଭ ହେଉଅଛି। 5t ବିଦ୍ୟାଳୟ ରୂପାନ୍ତରଣ ଆଧାରିତ ଏହି କାର୍ଯ୍ୟକ୍ରମ ମୋ ସ୍କୁଲ ଅଭିଯାନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ବେଳେ ଏହି ଶିକ୍ଷଣ ଶିବିରକୁ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଶିକ୍ଷକମାନେ ଶିକ୍ଷାର ମେରୁଦଣ୍ଡ। ଶିକ୍ଷକ ଓ ବିଦ୍ୟାର୍ଥୀ ମିଶି ଏକ ସୁସ୍ଥ ଶିକ୍ଷା ପରମ୍ପରା ସୃଷ୍ଟି କରିପାରିବେ ।

ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଜିଜ୍ଞାସାର ସମାଧାନ ପାଇଁ ଉତ୍ସାହିତ କରିବା ସହ ସେମାନଙ୍କୁ ପ୍ରଶ୍ନ ପଚାରିବା ଦିଗରେ ସାହସ ଓ ସୁଯୋଗ ଦେବା ଶିକ୍ଷକମାନଙ୍କ ପ୍ରାଥମିକ କର୍ତ୍ତବ୍ୟ ହେବା ଆବଶ୍ୟକ। ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କ ମନୋବୃତ୍ତି ତଥା ସୃଜନଶୀଳତା ବୃଦ୍ଧି କରି ସେମାନଙ୍କୁ ନୂତନ ପ୍ରକଳ୍ପ ପ୍ରସ୍ତୁତିରେ ସାହାଯ୍ୟ କରିବା,

ବିଜ୍ଞାନ ସମ୍ମତ ତତ୍ତ୍ୱ ଆଧାରିତ ଚିନ୍ତନ ମାଧ୍ୟମରେ ଅନୁସନ୍ଧାନ କରିବାରେ ସହଯୋଗ କରିବା ଦିଗରେ ଶିକ୍ଷକମାନେ ତତ୍ପର ହେବା ଆବଶ୍ୟକ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ବିଭିନ୍ନ ବିଦ୍ୟାଳୟରୁ ପ୍ରଶିକ୍ଷଣ ପାଇଁ ଆସିଥିବା ଶିକ୍ଷକମାନଙ୍କୁ ଉଦବୋଧନ ଦେଇଥିଲେ।ପ୍ରଶିକ୍ଷଣ ଶିବିର ଉଦ୍ଘାଟନ ସହ ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟର ପ୍ରାର୍ଥନା ସଭାରେ ଯୋଗଦେଇଥିଲେ। ଏହା ସହିତ ବିଦ୍ୟାଳୟ ଲାଇବ୍ରେରୀ,ଇ-ଲାଇବ୍ରେରୀ,ବିଜ୍ଞାନାଗାର,ଶ୍ରେଣୀ ଆଦି ପର୍ଯ୍ୟବେକ୍ଷଣ କରି ଶିକ୍ଷକ ତଥା ଛାତ୍ରମାନଙ୍କୁ ଶିକ୍ଷା ଏବଂ ଶିକ୍ଷଣଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

Exit mobile version