ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଦୀର୍ଘ ୨୦ ଦିନ ପରେ ଆନ୍ଦୋଳନରୁ ଓହରିଲା

୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ରାଜ୍ୟ ସଂଘର ଆହ୍ବାନ କ୍ରମେ ଓ ଆନ୍ତ ମନ୍ତ୍ରୀସ୍ତରୀୟ ବୈଠକରେ ହୋଇଥିବା ଆଲୋଚନା ଓ ପଞ୍ଚାୟତ ରାଜ ବିଭାଗର ମୁଖ୍ୟ ସଚିବଙ୍କ ପ୍ରତିଶ୍ରୁତି ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଏକ ମାସ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଏଣୁ ଗଜପତି ଜିଲ୍ଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆସନ୍ତା କାଲି ଠାରୁ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯଦି ସରକାର ଏକ ମାସ ମଧ୍ୟରେ ଦାବି ପୂରଣ ନ କରନ୍ତି ତାହେଲେ ସଂଘ ପକ୍ଷରୁ ପୁଣି ଥରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରଯାଇଅଛି ।

Exit mobile version