ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ୩୮ ତମ ବିଶ୍ଵ ଚକ୍ଷୁଦାନ ପକ୍ଷ କାର୍ଯ୍ୟକ୍ରମ ପାଳିତ

୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ଅନ୍ତର୍ଗତ ଜିଲ୍ଲା ଅନ୍ଧତ୍ବ ନିୟନ୍ତ୍ରଣ ସମିତି ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ୩୮ ତମ ବିଶ୍ଵ ଚକ୍ଷୁଦାନ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ଏକ ସଚେତନତା ଶୋଭାଯାତ୍ରା ସଂପୃକ୍ତ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ଚକ୍ଷୁଦାନ ଏବଂ ତାର ମହତ୍ତ୍ଵ ସମ୍ପର୍କରେ ଜଣ ସାଧାରଣଙ୍କୁ ସଚେତନ କରାଇ ଥିଲେ। 

ପରେ ସିଡିଏମଓଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡଃ ପ୍ରଦୀପ କୁମାର ପାତ୍ର ଯୋଗ ଦେଇ ଚକ୍ଷୁଦାନ ପକ୍ଷ ପାଳନର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇ ଚକ୍ଷୁଦାନ ର ମହତ୍ତ୍ଵ ନେଇ କହିଥିଲେ ଏହା ଦ୍ଵାରା ଦୃଷ୍ଟିହିନ’କୁ ଦୃଷ୍ଟିଶକ୍ତି ପ୍ରଦାନ ଦିଗରେ କିଭଳି ସହାୟକ ହୋଇଥାଏ କହି ନେତ୍ରଦାନ ମହାପୂଣ୍ୟ ତେଣୁ ଜନସାଧାରଣ ବହୁ ସଂଖ୍ୟାରେ ଆଗେଇ ଆସି ଚକ୍ଷୁଦାନ କରନ୍ତୁ ଏ ଦିଗରେ ଜନସଚେତନ କରାଇବା ଏବଂ ଏହି ବାର୍ତ୍ତା ର ପ୍ରଚାର ପ୍ରସାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଡିପିଏଚଓ ଡ଼ାଃ ମୁବାରକ ଅଲ୍ଲୀ , ଚକ୍ଷୁ ବିଶେଷଜ୍ଞ ଡ଼ାଃ ଚନ୍ଦନ ମେକାପ ଏବଂ ମହାମାରୀ ରୋଗ ବିଶେଷଜ୍ଞ ଡ଼ାଃ ଶରତ ଚନ୍ଦ୍ର ମହାପାତ୍ର , ପ୍ରମୁଖ ମଞ୍ଚାଷିନ ଥିଲେ l ଚକ୍ଷୁ ଦାନ ମହତ୍ୱ ଦାନ ର ବିଭିନ୍ନ ଦିଗ ଉପରେ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏଡିପିଏଚସିଓ: ଶ୍ରୀମତୀ ନୟନା ମଲ୍ଲିକ ଏବଂ ଚକ୍ଷୁ ସହାୟକ ଶ୍ରୀ ଦୁଃଖୀରାମ ସିଂହ ପ୍ରମୁଖଙ୍କ ସମେତ ଏଏନଏମ: ତାଲିମ କେନ୍ଦ୍ରର ଛାତ୍ରୀ ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ’କୁ ସ୍ୱାସ୍ଥ୍ୟ ସମିତି’ର ଶ୍ରୀ ଜଗଦୀଶ ପଟନାୟକ ଓ ଶ୍ରୀ ସୁବାଷ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

Exit mobile version