କଟକର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ

ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ  :-> ବିଭିନ୍ନ ସ୍ଥାନରେ ଗତକାଲି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଧୁମଧାମରେ ପାଳିତ ହୋଇଥିଲା ବେଳେ ଆଜି ନନ୍ଦ ଉତ୍ସବ ପାଳନ କରାଯାଇଥିଲା । କଟକ ସଦର ବ୍ଲକ ଆମଣ ପଞ୍ଚାୟତର ବାଗଧରାପୁର ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିର , ତେଲଙ୍ଗାପେଣ୍ଠ ନିକଟସ୍ଥ କୋଠସାହି ଗ୍ରାମର ରାଧାକୃଷ୍ଣ ମନ୍ଦିର, ଅରିଲୋର ଜାନାର୍ଦ୍ଦନ ମନ୍ଦିରରେ, ସକାଳୁ ପ୍ରଭୁଙ୍କ ନିତିକାନ୍ତି ସମାପନ ହେବା ପରେ କୃଷ୍ଣଙ୍କୁ ଭଲ ପାଉଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ଧୀରେ ଧୀରେ ବୃଦ୍ଧି ପାଇଥିଲା।

ସନ୍ଧ୍ୟାରୁ ରାତି ୧୦ ଟା ପର୍ଯ୍ୟନ୍ତ ବିଭିନ୍ନ କୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଅଧିକ ହୋଇଥିଲା । ଶ୍ରଦ୍ଧାଳୁ ମାନେ ରାଧ କୃଷ୍ଣଙ୍କୁ ଦର୍ଶନ କରି ପୂଜା ଅର୍ଚ୍ଚନା କରି ସାରିବା ପରେ , ପଣାପାଣି ପିଇ ବ୍ରତ ଉଯାପନ କରିଥିଲେ । ସେହି ପରି ଫୁଲନଖରା ର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଏବଂ ନନ୍ଦ ଉତ୍ସବ ପାଳନ କରାଯାଇଥିଲା । ଛୋଟ ଛୋଟ ପିଲାମାନେ କୃଷ୍ଣ, ବଳରାମ, ନନ୍ଦରାଜା ,ଯଶୋଦା ବେଶରେ ସଜେଇ ହୋଇ ନିଜ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ ।

ଆଜି ନନ୍ଦ ଉତ୍ସବ ବାଗଧରାପୁର ଗ୍ରାମର ରାଧାକୃଷ୍ଣ ମନ୍ଦିର ପରିସରରେ ଧୁମଧାମରେ ପାଳନ କରା ଯାଇଥିଲା । ଯାଦବ ବାଳକ ମାନେ ବିଭିନ୍ନ ବେଶ ପୋଷାକରେ ସଜିତ ହୋଇ ନୃତ୍ୟ ଗୀତରେ କରିଥିଲେ ଶେଷରେ ଦହି ହାଣ୍ଡି ଭଙ୍ଗା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଦୁଇ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମକୁ ଗ୍ରାମର ସମସ୍ତ ଯୁବକ , ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ପରିଚାଳନା କରିଥିଲେ ।

Exit mobile version