ରାଜ୍ୟ ସ୍ତରୀୟ ୨ୟ ପୁରୁଷ ହକି ଖେଳରେ ସାମିଲ ହେଲା ମାଲକାନଗିରି ହକି ଟିମ୍

୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :-> ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ୨ୟ ପୁରୁଷ ହକି ଖେଳରେ ସାମିଲ ହେଲା ମାଲକାନଗିରି ହକି ଟିମ୍ । ଆୟାଜିତ ଓଡିଶା ହକି ଆସୋସିଏସନ୍ ପକ୍ଷରୁ ଓଡିଶା ର ୨୮ ଗୋଟି ଦଳଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତେବେ ଚଳିତ ଥର କଳିଙ୍ଗ ଷ୍ଟାଡିୟମ ଠାରେ ହୋଇଥିବା ପୁରୁଷ ହକି ଖେଳରେ ମାଲକାନଗିରି ଦଳ ଯୋଗଦେଇ ରାଉଲକେଲା ହକି ଦଳ ସହ ମୁକାବିଲା କରିଥିଲା । ଯଦିଓ ଏହି ପ୍ରଥମ ଖେଳରେ ପରାଜିତ ହୋଇଥିଲା, କିନ୍ତୁ ବିପକ୍ଷ ଦଳକୁ କଡ଼ା ଟକ୍କର ଦେଇଥିଲା । ଏହି ଦଳ ଆଗାମୀ ଦିନରେ ଜିଲ୍ଲାରେ ଥିବା ଅନ୍ୟ ଖେଳାଳୀଙ୍କୁ ଉତ୍ସାହିତ କରିବା ସହ ନୂତନ ମାର୍ଗ ଦେଖାଇବ ବୋଲି ଜିଲ୍ଲାରେ ଚର୍ଚ୍ଚା ହେଉଛି। ତେବେ ମାଲକାନଗିରି ହକି ଟିମର ଏହି ଗସ୍ତରେ ଟିମ୍ ମ୍ୟାନେଜର ଭାଵେ ନରସିଂହ ମହାରଣା,

କୋଚ ଭଗତରାମ ନାୟକ, କ୍ୟାପଟେନ ସାଜନ ମିଞ୍ଜ, ଭାଇସ କ୍ୟାପଟେନ ଵୁଦୁରା ଵିଶି ନାୟକଙ୍କ ସହ ଖେଳାଳି ବି ବିଭୁତି ଭୂଷଣ,ମହେଶ୍ବର ମୁର୍ମୁ, କାଁହୁ ପଡ଼ିଆମୀ, ଯୀଶୁ ହେମ୍ରମ, ଅନନ୍ତ ତୁକୁମିଆ, କୁନା ପଟ୍ଟନାୟକ, ପରିମଲ ମୁର୍ମୁ, ସୁରେଶ ମାଡକାମୀ, ଗଙ୍ଗା କବାସୀ, ଶଙ୍କର ଚୋପାଡି, ଜନାଶ ହେମ୍ରମ, ମିନକେତନ ସମରଥ, ବଳରାମ ମହାକୋ, ସୁରେଶ ଚନ୍ଦ୍ର କିର୍ଷାନିଙ୍ଗ ସମେତ ମୋଟ ୧୭ ଜଣ ଭୁବନେଶ୍ୱର ଯାଇ ଖେଳରେ ସାମିଲ ହୋଇଥିଲେ । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଜିଲ୍ଲା ଖେଳ କ୍ଷେତ୍ରରେ ଉତ୍ତର ପ୍ରଦର୍ଶନ କରିଥିବା ବେଳେ ଆଗାମୀ ଦିନରେ ଏହି ହକି ଟିମ୍ ଉତ୍ତମ ପ୍ରଦର୍ଶନ କରିବ ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି ।

Exit mobile version