ଦିନକୁଦିନ ପ୍ରଶଂସା ସାଉଁଟିଚାଲିଛନ୍ତି – ଦଶପଲ୍ଲା ବିଧାୟକ

୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଦଶପଲ୍ଲା  :-> ୨୦୧୯ ମସିହାରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଚାକିରୀ ଛାଡ଼ି ରାଜନୀତିରେ ପାଦଥାପିଥିଲେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଭାପତି ରମେଶ ଚନ୍ଦ୍ର ବେହେରା । ୨୦୧୯ ମସିହାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀହୋଇ ବିପୁଳ ସଂଖ୍ୟାରେ ଭୋଟପାଇ ବିଜୟୀ ହୋଇଥିଲେ । ସେହିଦିନ ଠାରୁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ନିର୍ବାଚନ ମଣ୍ଡଳୀର ବିକାଶ ଧାରାରେ ନିଜକୁ ସାମିଲ କରିଥିଲେ ଦଶପଲ୍ଲା ବିଧାୟକ ।

ଦୃତଗତିରେ ଆଗେଇ ଚାଲିଛି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁଝାମେଣ୍ଢି ଠାରୁ ବଣୀ, ପ୍ରଧାନପଡ଼ା ବୃତଙ୍ଗ ନଦୀ ଉପରେ ବିଜୁସେତୁ ନିର୍ମାଣ କାର୍ଯ୍ୟ ଏହି ବ୍ରିଜ ନିର୍ମାଣ କାର୍ଯ୍ୟପାଇଁ ପ୍ରାୟ ପାଖାପାଖି ସାଢେ଼ ଛଅକୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଏହି ବ୍ରିଜର ନିର୍ମାଣ କାର୍ଯ୍ୟହେଉଥିବାବେଳେ ୨୦୨୪ ସୁଦ୍ଧା ବ୍ରିଜର ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ସରିବ ବୋଲି ଅଞ୍ଚଳବାସି କହିଛନ୍ତି ।

ଏହି ବ୍ରିଜର ସମ୍ପୂର୍ଣ୍ଣ ନିର୍ମାଣ ହୋଇଗଲେ ପ୍ରାୟ ୩ ଗୋଟି ଜିଲ୍ଲା ସହ ସଂଯୋଗ ହୋଇପାରିବ ବୋଲି ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି । ଅନ୍ୟ ପକ୍ଷରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆଗରୁ ପ୍ରାୟ ୮ ଗୋଟି ବ୍ରିଜ ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ସୂଚନା ମିଳିଛି। ଏବଂ ବିଧାୟକଙ୍କ କାର୍ଯ୍ୟ ସେତିକିରେ ସିମୀତ ରହିଯାଇନାହିଁ ବିଧାୟକଙ୍କ ପ୍ରଚେଷ୍ଟାରେ ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତରେ ୨ ଗୋଟି ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ଗୋଟିଏ ଯୁବ କ୍ଳବ୍ ଘର ମଧ୍ୟ ନିର୍ମାଣ ସରିଛି ।

ଦଶପଲ୍ଲାର ଆଦିବାସି ଅଧ୍ୟୁଷିତ ଅଞ୍ଚଳରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକରି ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରଶଂସା ସାଉଁଟିବା ସହ ଯୁବ ବିଧାୟକ ରମେଶ ବେହେରା ଜିଲ୍ଲାରେ ଦଳୀୟ ତଥା ନିର୍ଦଳିୟ କାର୍ଯ୍ୟକ୍ରମରେ ଯୋଗଦେଇ ନିଜପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏବଂ ଦଶପଲ୍ଲା ବ୍ଲକରେଥିବା ମଣିନାଗ ବହୁମୁଖି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ମଧ୍ୟ କରି ପ୍ରଶଂସା ସାଉଁଟି ପାରିଥିବା ବେଳେ ଆଗକୁ ଟାକରା ପଞ୍ଚାୟତରେ ଏକ ଆଦିବାସୀ ଭବନ ନିର୍ମାଣ ମଧ୍ୟ କରିବାକୁ ଥିବା ଜଣାପଡିଛି ।

 

Exit mobile version