ପୋଖରୀରେ ବୁଡି ଯୁବକ ମୃତ

୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ଦଶପଲ୍ଲା ଥାନା ଅନ୍ତର୍ଗତ ଭୋଗବାଡି ବେହେରାସାହିର ଜଣେ ଯୁବକ ବୁଧବାର ଦିନ ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ଗ୍ରାମର ବୈଷ୍ଣବ ମଳିକଂକ ପୁତ୍ର ଅରୁଣ ମଳିକ ବୋଲି ଜଣାପଡିଛି।

ଅରୁଣ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଯାଇଥିଲେ। ତାଂକୁ ପୋଖରୀରୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଂକୁ ମୃତ ଘୋଷଣା କରିଥିଲେ।

Exit mobile version