ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ
ଶିକ୍ଷା ପ୍ରତି ଉଲ୍ଲେଖନୀୟ ଯୋଗଦାନ ପାଇଁ ୧୩ ଶିକ୍ଷକ ସମ୍ବର୍ଦ୍ଧିତ
୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗୋପାଳପୁର :-> ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍)ର ଗୋପାଳପୁର ୟୁନିଟ୍ ପକ୍ଷରୁ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହିତ ୬୧ତମ ଗୁରୁ ଦିବସକୁ ବଡ଼ ଉତ୍ସାହର ସହ ପାଳନ କରାଯାଇଛି । ଶିକ୍ଷା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଯୋଗଦାନ ଓ ପ୍ରତିବଦ୍ଧତା ପାଇଁ ଏହି ଅଂଚଳର ୧୩ ବିଶିଷ୍ଟ ଶିକ୍ଷକଙ୍କୁ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବପିଢ଼ି ଓ ସାମଜ ଗଠନରେ କରିବାରେ ଶିକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ପ୍ରଦାନ କରି ଟିଏସଏଫ୍ ପକ୍ଷରୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୃତ୍ୟ ବିଦ୍ୟାଳୟ ଓ ଦକ୍ଷତା ବିକାଶ ଅନୁଷ୍ଠାନ ଭଳି ବିଭିନ୍ନ ବର୍ଗର ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ବ୍ରହ୍ମପୁର ମୁନିସପାଲିଟି କର୍ପୋରେସନ (ବିଇଏମ୍ସି)ର ମେୟର ସଂଘମିତ୍ରା ଦଳେଇ ଅତିଥି ଭାବେ ଯୋଗ ଦେଇ ଟିଏସ୍ଏଫ୍ର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ କହିଛନ୍ତି ଯେ, “ଶିକ୍ଷକ/ ଶିକ୍ଷୟିତ୍ରୀମାନେ ହେଉଛନ୍ତି ଆମ ସମାଜର ଅଜଣା ନାୟକ ଏବଂ ସେମାନଙ୍କ ଉଦ୍ୟମକୁ ସ୍ୱୀକୃତି ପ୍ରଦାନ କରିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ ଭଳି ସଂସ୍ଥା ଆଗେଇ ଆସିବା ଦେଖି ଖୁସି ଲାଗୁଛି । ଶିକ୍ଷା ହେଉଛି ପ୍ରଗତିର ମୁଳଦୁଆ ଏବଂ ଏହି ଶିକ୍ଷକମାନେ ହେଉଛନ୍ତି ସେହି ପ୍ରଗତିର ବିନ୍ଧାଣୀ ।’’