ଗଛରେ ପିଟିହେଲା ଟ୍ରାକ୍ଟର, ୩ ଜଣ ଆହତ

୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ମୋହନା ବ୍ଳକ ଅନ୍ତର୍ଗତ ଅଡବା ଥାନାର ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟ ନିକଟରେ ଏକ ବାଲି ବୋଝେଇ ମହିନ୍ଦ୍ରା ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଗଛରେ ପିଟି ହୋଇଛି ।

ଏଥିରେ ଚାଳକ ସମେତ ଦୁଇଜଣ ଶ୍ରମିକ ଆହତ ହୋଇଛିନ୍ତି । ଆହତମାନେ ହେଲେ ଚାଳକ ସରୋଜ ମଲ୍ଲିକ, ଯାକବ ମଲ୍ଲିକ ଓ ରାଜେନ୍ଦ୍ର ମଲ୍ଲିକ । ଘଟଣା ସ୍ଥଳରେ ଅଡବା ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଭତ୍ତି କରି ତଦନ୍ତ ଜାର ରଖିଛି ।

Exit mobile version