
୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଳକ ଦୁର୍ଗମ ପଞ୍ଚାୟତର ଗ୍ରାମଗୁଡିକୁ ଏ ପର୍ଯ୍ୟନ୍ତ ଭଲ ରାସ୍ତା ଓ ପୋଲ ନିର୍ମାଣ ହୋଇପାରୁନି । ଅଞ୍ଚଳବାସୀ ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନଙ୍କୁ ବିଭିନ୍ନ ସମୟରେ ଅଭିଯୋଗ ଜଣାଇ ଆସୁଥିଲେ ମଧ୍ୟ ଫଳ ଶୂନ । ଯଦ୍ବାରା ରୋଗୀ, ଗର୍ଭବତୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ବ୍ଳକର ଅଧିକାଂଶ ଗ୍ରାମକୁ ରାସ୍ତା ସୁବିଧାନାହିଁ। ପ୍ରତିଦିନ ବିଭିନ୍ନ ଗଣମାଧମରେ ଏହି ସମସ୍ୟା ଖବର ପ୍ରକାଶ ପାଉଛି ମାତ୍ର ଏହି ସମସ୍ୟାର ସମାଧାନ ହେବାର ଦେଖିବାକୁ ମିଳୁନି ।
ଏହି ପରି ସମସ୍ୟା ନେଇ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଦିନଟି ପାଇଁ ବିଧାନସଭାରେ କହିବାର ଦେଖିବାକୁ ମିଳୁନି । ଏହିଭଳି ଏକ ସମସ୍ୟା ଜଣେ ଗର୍ଭବତୀଙ୍କୁ ଅଧ କିମି ଷ୍ଟ୍ରେଚରରେ ବୁହାଇ ନେବାକୁ ପଡିଛି । ମୋହନା ବ୍ଳକ ଡେଙ୍ଗାସଖାଲ ପଞ୍ଚାୟତ ହାଡୁପଦର ଗାଁର ସସ୍ମିତା ନିୟକଙ୍କ ଗର୍ଭ ଯନ୍ତଣା ହେବାରୁ ପରିବାର ଲୋକେ ତାଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେବାକୁ ଆମ୍ବୁଲେସ ଫୋନ୍ କରିଥିଲେ । ଆମ୍ବୁଲେସ ଆସିଲା । ରାସ୍ତା ଭଲ ନଥିବାରୁ ଗାଁଠାରୁ ଅଧା ଦୂରରେ ଅଟକିଥିଲା । ଏହା ମଧ୍ୟରେ ଘରେ ସସ୍ମିତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।
ପରେ ଆମ୍ବୁଲେସ ଫାର୍ମାସିଷ୍ଟ, ଡ୍ରାଇଭର ଓ ହେଲପରଙ୍କ ପ୍ରଚେଷ୍ଟ, ଗ୍ରାମବାସୀ ଓ ଆଶାଦିଦିଙ୍କ ସହଯୋଗରେ ସସ୍ମିତାଙ୍କୁ ଅଧା କିମି ଷ୍ଟ୍ରେଚରରେ ବୋହି ଆମ୍ବୁଲେସ ଯାଏଁ ଆଣି ପରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଉ ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲେ । ମା’ ଓ ଛୁଆ ସୁସ୍ଥ ଅଛନ୍ତି । ଦୀଘ୍ର ବର୍ଷ ହେଲା ଗ୍ରାମଗୁଡିକର ଏଭଳି ସମସ୍ୟା ଲାଗି ରହିଥିବାରୁ ଆଗକୁ ଆସୁଥିବା ନିର୍ବାଚନରେ ଭୋଟ ବର୍ଜନ, ବ୍ଳକ ଘେରାଉ ଓ ରାଜରାସ୍ତା ଅବରୋଧ କରିବାକୁ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।
