ଅଂଗନବାଡୀ ସଂଘର ବ୍ଳକ ସମ୍ମିଳନୀ

୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :- ପବିତ୍ର ଗୁରୁ ଦିବସ ଅବସରରେ ନିଖିଳ ଓଡ଼ିଶା ଅଂଗନବାଡୀ କର୍ମୀ ଓ ସହାୟିକା ସଂଘର ରଣପୁର ବ୍ଳକ ସମ୍ମିଳନୀ ବ୍ଳକ ସଭାନେତ୍ରୀ ଶ୍ରୀମତୀ ରମ୍ଭା ବତୀ ପ୍ରଧାନଂକ ଅଧକ୍ଷ୍ଯତାରେ ଚମ୍ପାପେଡୀଠାରେ ଅନୁଷ୍ଠିତ ହୋଇଥିଲା  । ସମ୍ମିଳନୀ କୁ  ସଂଘର ଉପଦେଷ୍ଟା ତଥା ମୁଖ୍ଯ ବକ୍ତା ଶିକ୍ଷାବିତ୍ ମନୋଜ କୁମାର ପାତ୍ର ଉଦ୍ଘାଟନ କରିଥିଲେ  । ସଂଘର ସଂପାଦିକା ଶ୍ରୀମତୀ ପୁଷ୍ପାଂଜଳୀ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ  । ସଂପ୍ରତି ପୋଷଣ ସପ୍ତାହ ଚାଲି ଥିବା ରୁ ପ୍ରାରଂଭରେ ‘କୁପୋଷଣ ଏକ ସାମାଜିକ ସମସା’ ଶୀର୍ଷକ  ଆଲୋଚନା ଚକ୍ର ରଖାଯାଇଥିଲା  ।

ସମ୍ମିଳନୀ ରେ ରାଜ୍ଯ କାର୍ୟକାରୀ ସଭାପତି ସାଥୀ ବିଜୟ କୁମାର ଜେନା ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ କର୍ମୀ ଓ ସହାୟିକା ମାନଂକର ରାଜ୍ଯ ଓ କେଂଦ୍ର ସରକାରଙ୍କ ନିକଟରେ କରା ଯାଇଥିବା ବିଭିନ୍ନ ଦାବୀ ଗୁଡିକ ବିଷୟ ରେ ଆଲୋଚନା କରିଥିଲେ । ଆଗାମୀ ସେପ୍ଟେମ୍ବର ୨୮ତାରିଖ ଦିନ କର୍ମୀମାନଂକର ଦାବୀ ପୂରଣରେ ସରକାରଙ୍କ ନୀରବତା ଓ ଟାଳଟୁଳ ନୀତି ବିରୁଦ୍ଧରେ ହେବାକୁ ଥିବା ଅହୋରାତ୍ର ଧାରଣାରେ ଯୋଗ ଦେବାକୁ ସମସ୍ତ କର୍ମୀ ଓ ସହାୟିକାଙ୍କୁ ନିବେଦନ କରିଥିଲେ  । 

ମୁଖ୍ୟ ବକ୍ତାମନୋଜ କୁମାର ପାତ୍ର ସଂଗଠନକୁ  ସୁଦୃଢ଼ କରି ଆନ୍ଦୋଳନ  ମାଧ୍ୟମରେ ନୟୋଚିତ ଦାବୀ ହାସଲ କରିପାରିବ ବୋଲି ମତ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ଯ ରେ ସଂଘର କୋଷାଧ୍ୟକ୍ଷା ଶ୍ରୀ ମତୀ ରାଜଲକ୍ଷ୍ମୀ ସାମନ୍ତରାୟ ସଂଘର ଆୟବେୟ ଉପରେ ବିବରଣୀ ପାଠ କରିଥିଲେ । ଶ୍ରୀ ମତୀ ଚାରୁବାଳା ଦଳେଇ ସାଂଗଠନିକ ଓ ସ୍ତାନୀୟ  ଅସୁବିଧାଗୁଡିକ ସଂପର୍କ ରେ ଆଲୋକପାତ କରିଥିଲେ  । ଆଗାମୀ ବର୍ଷ ପାଇଁ ଏକ କାର୍ୟ୍ଯ କାରୀ କମିଟି ଗଠନ କରାଯାଇଥିଲା । ଶେଷରେ ଯୁଗ୍ମ ସଂପାଦିକା  ଉର୍ମିଳା ପାଇକରାୟ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

Exit mobile version