କନ୍ଦରପୁର ଥାନା ମତଗଜପୁ ରେଳ ଫାଟକ ନିକଟରେ ବ୍ଲାଙ୍କ ଫାୟରିଂ କରି : ନଗଦ ୨୫ ହଜାର ଟଙ୍କା ସୁନା ଅଳଙ୍କାର ଲୁଟିନେଲେ ଦଙବୃତ୍ତ

୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କନ୍ଦରପୁର ଥାନା ଅନ୍ତର୍ଗତ ମତଗଜପୁର ରେଳଫାଟକ ନିକଟରେ ଆଜି ଦିନ ସାଢ଼େ ୧୧ ଟା ସମୟରେ, ବ୍ଲାଙ୍କ ଫାୟରିଂ କରି ନଗଦ ୨୫ ହଜାର ଟଙ୍କା ସହିତ ୩ ଟି ସୁନାଚେନ ଏବଂ ରୁପା ଅଳଙ୍କାର ଲୁଟି ନେଇ ପଳାଇଛନ୍ତି । ଘଟଣା ସ୍ଥଳରେ କନ୍ଦରପୁର ପୋଲିସ ବିଳମ୍ବରେ ପହଞ୍ଚି ବ୍ୟବହୃତ ଏକ ଖୋକାକୁ ଜବତ କରିବା ସହ ଲୁଟର ତଦନ୍ତ କରୁଛି । କନ୍ଦରପୁର ଥାନା ପରମହଂସ ପଞ୍ଚାୟତ ହାଟସାହିରର ବିକାଶ ପାତ୍ର ନିଜ ସ୍କୁଟିରେ ଯାଉଥିବା ସମୟରେ ,

ତିନୋଟି ବାଇକ୍ ରେ ଆସିଥିବା ୬ ଜଣ ଦୁବୃତ୍ତ ତାଙ୍କୁ ମତଗଜପୁର ରେଳଫାଟକ ନିକଟରେ ଅଟକାଇ ଥିଲେ । ପାଖରେ ଥିବା ଟଙ୍କା ଏବଂ ସୁନା ଦେଇଦେବାକୁ କହିଥିଲେ । ବିକାଶ ନଦେବାରୁ ଜୀବନରୁ ମାରିଦେବାର ଭୟ ଦେଖାଇ ଫଲସ୍ ଫାୟରିଂ କରି ବ୍ୟାଗକୁ ଲୁଟିନେଇ ଦୁବୃତ୍ତ ମାନେ ପଳାଇଥିଲେ । ବିକାଶ ଏନେଇ କନ୍ଦରପୁର ଥାନାରେ ଅଭିଯୋଗ କରିଛନ୍ତି ।

Exit mobile version