ବିଜେଡି ବିଧାୟକଙ୍କୁ କଳାପତାକା ପ୍ରଦର୍ଶନ

୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> କଳାହାଣ୍ଡି ଜିଲ୍ଲାର ନର୍ଲାରେ ଆଜି ବିଜେଡି ବିଧାୟକଙ୍କୁ ବିରୋଧ କଳା ପତାକା ପ୍ରଦର୍ଶନ କଲେ କଳାହାଣ୍ଡି ଯୁବ କଂଗ୍ରେସର କର୍ମୀ ମାନେ । ଆଜି ପବିତ୍ର ଗୁରୁ ଦିବସ ଦିନରେ ବହୁ ଚର୍ଚ୍ଚିତ ମହାଲିଂଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା କାଣ୍ଡ ଘଟଣାରେ ମନ୍ତ୍ରୀ ପଦ ହରାଇ ଥିବା ଦିବ୍ୟ ଶଙ୍କର ମିଶ୍ରଙ୍କୁ ଆଜିଭଳି ପବିତ୍ର ଗୁରୁ ଦିବସରେ ନର୍ଲା ତହସିଲ ଛକରେ ଆୟୋଜିତ ହୋଇଥିବା ଗୁରୁ ଦିବସ ସମାବେଶକୁ ଆସୁଥିବା ବେଳେ ତାଙ୍କୁ ତିବ୍ର ବିରୋଧ କରିଥିଲେ ।

ଅତିଥି କରି ମଞ୍ଚରେ ନ ବସିବାକୁ ଦାବୀ କରି ଯୁବ କଂଗ୍ରେସ କର୍ମୀମାନେ କଳା ପତାକା ପ୍ରଦର୍ଶନ କରି ତୀବ୍ର ବିରୋଧ କରିଥିଲେ । ପୋଲିସ ଓ ଯୁବ କଂଗ୍ରେସ କର୍ମୀମାନେ ଧସ୍ତାଧସ୍ତିି ହୋଇଥିଲେ। ପରେ ପୋଲିସ ନିୟନ୍ତ୍ରଣ କରିଥିଲା । ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଓ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରି ମଧ୍ୟ ଉପସ୍ଥିତ ରହିଥିଲେ । ବିଜେଡି ସରକାରଙ୍କୁ ତିବ୍ର ବିରୋଧ କରି ଯୁବକର୍ମୀମାନେ ସରକାର ବିରୋଧୀ ନାରାବାଜି ଦେଇଥିଲେ।

Exit mobile version