ନିଉଷ୍ଟାର କଲେଜରେ ପାରମ୍ପାରିକ ରୀତିନୀତି ରେ ପାଳନ ହୋଇଯାଇଛି ଗୁରୁ ପୂଜନ

୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବିନା ଗୁରୁରେ ଜ୍ଞାନଲାଭ କରିବା ଅସମ୍ଭବ। ସୁତରାଂ ମୋକ୍ଷ ରୂପକ ମାର୍ଗ ଦେଖାଉଥିବା ବ୍ୟକ୍ତି ‘ଗୁରୁ’ ହିଁ ଅଟନ୍ତି। ଗୁରୁ ଶିଷ୍ୟ ମନରୁ କେବଳ ଅଜ୍ଞାନତା ନୁହେଁ, ତା’ ଭିତରେ ଥିବା ଅହଂକାରକୁ ମଧ୍ୟ ଦୂର କରନ୍ତି। ଅଜ୍ଞାନତା ହିଁ ସୁଖ-ଦୁଃଖ, ଜୀବନ-ମୃତ୍ୟୁ ମଧ୍ୟରେ ବିଭେଦ ସୃଷ୍ଟି କରିଥାଏ। ମାତ୍ର ମନରୁ ଅଜ୍ଞାନତା ଦୂର ହୋଇଗଲେ ଜୀବନର ବାସ୍ତବ ସତ୍ୟକୁ ଉପଲବ୍ଧି କରିହୁଏ। ଏହାକୁ ଧ୍ୟେୟ କରି ବାଟଚାଲିଲେ ଜୀବନର ଚଲାପଥ କୁସୁମିତ ହୁଏ । ସବୁ ବାଧାବିଘ୍ନକୁ ସହିବା ପାଇଁ ମନରେ ଆସେ ଅଦମ୍ୟ ସାହସ । ଏହା ନେପଥ୍ୟରେ ରହିଥାଏ ଗୁରୁଙ୍କ ଅସାମାନ୍ୟ ତ୍ୟାଗ, ଉତ୍ସର୍ଗୀକୃତ ଭାବନା ଓ ଅସୁମାରି ସ୍ନେହପ୍ରେମ ।

ତାଙ୍କ ପରି ହିତକାରୀ ସଂସାରରେ ବିରଳ ନିଶ୍ଚିତ। ସନ୍ଥ କବୀରଙ୍କ ଭାଷାରେ- ”ସଦ୍‌ଗୁରୁ ସମ କୋଇ ନହିଁ ସାତ ଦୀପ ନୌ ଖଣ୍ଡ, ତିନ୍‌ ଲୋକ ନ ପାରୟେ, ଅରୁ ଇକଇସ ବ୍ରହ୍ମାଣ୍ଡ।“ ଅର୍ଥତ୍‌ ସାତଦ୍ୱୀପ, ନଅ ଖଣ୍ଡ, ତିନି ଲୋକ, ଏକୋଇଶ ବ୍ରହ୍ମାଣ୍ଡରେ ସଦ୍‌ଗୁରୁଙ୍କ ସମାନ ହିତକାରୀ ଆପଣ କାହାକୁ ମଧ୍ୟ ପାଇବେ ନାହିଁ। ପିତାମାତା ହେଉଛନ୍ତି ଶିଶୁର ଆଦ୍ୟଗୁରୁ। ସେମାନଙ୍କ ସଂଯମ, ଅଚରଣ, ଉଚ୍ଚାରଣ, ସଂସ୍କାରର ପ୍ରତିଫଳନ ଘଟେ ଶିଶୁ ଉପରେ। ପରବର୍ତ୍ତୀ ସମୟରେ ସେ ବିଦ୍ୟାଶିକ୍ଷା ପାଇଁ ଗୁରୁଙ୍କ ଶରଣାପନ୍ନ ହୋଇଥାଏ। ଏ ଶିକ୍ଷାର କିନ୍ତୁ ଶେଷ ନ ଥାଏ। କାରଣ ଏଠି ଜୀବନଟା ହେଉଛି ଶିକ୍ଷାର ଏକ ପ୍ରୟୋଗଶାଳା।

ଗୁରୁଙ୍କ ଦିଗ୍‌ଦର୍ଶନ କାରଣରୁ ସମୟଠାରୁ ସେ ବହୁତ କିଛି ଶିଖିଥାଏ। ଶିକ୍ଷା ଗ୍ରହଣ ପାଇଁ ବୟସ କେବେ ବାଧକ ସାଜି ନ ପାରେ। ଶିଖିବାରେ ନିଷ୍ଠା ରଖୁଥିବା ବ୍ୟକ୍ତି ହିଁ ଜଣେ ଯୋଗ୍ୟ ଗୁରୁ ହୋଇଥାନ୍ତି। ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଭାଷାରେ- ”ନିଜକୁ ଯେ ନିରନ୍ତର ଶିଷ୍ୟ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟେ ଜଣେ।“ ଏପରି ଭାବ କୁ ବୁଝିବାପାଇଁ ଗୁରୁ ଙ୍କ ର ସର୍ବୋତ୍ତମ ଭାବ ବୁଝିବା ପାଇଁ ସାରା ଭାରତରେ ସର୍ବପଲ୍ଲୀ ରାଧା କ୍ରୀଷ୍ଣନ ଙ୍କ ଜନ୍ମ ଜୟନ୍ତୀ କୁ ଗୁରୁ ଦିବସ ରୂପେ ପାଳନ କରାଯାଇଥାଏ । ସେପ୍ଟେମ୍ବର ୫ ତାରିଖ ଟି ଭାରତ ବର୍ଷ ର ପ୍ରତିଟି ଗୁରୁ ଓ ଶିଷ୍ୟଙ୍କର ଅତୁଟ ବନ୍ଧନ ଜନ୍ମ ଜନ୍ମାନ୍ତର ପାଇଁ ନିବିଡ ବୋଲି ସାବ୍ୟସ୍ତ ହୋଇଛି । ପ୍ରତି ବର୍ଷ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ଦିବସ ଟି କୁ ଧୁମ୍ ଧାମରେ ପାଳନ କରାଯାଏ ।

 

ସମସ୍ତ ଶିକ୍ଷାନୁଷ୍ଠାନ ଭଳି ନିୟୁ ଷ୍ଟାର +୨ ସାଇନ୍ସ କଲେଜ୍ ପ୍ରାଙ୍ଗଣ ରେ ଗୁରୁ ଦିବସ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଛାତ୍ର ଛାତ୍ରୀ ଙ୍କ ଗହଣ ରେ ଗୁରୁ ପୂଜନ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଙ୍କୁ ଆସନ ଗ୍ରହଣ କରାଇ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରାଯାଇଥିଲା ପରେ ଗୁରୁଙ୍କୁ ଚନ୍ଦନ ସିନ୍ଦୂର ଲଗାଇ ବନ୍ଦାଣ କରାଯିବା ପରେ ଛାତ୍ର ଛାତ୍ରୀ ମାନେ ଭୂମିଷ୍ଠ ପ୍ରଣାମ ଜ୍ଞାପନ କରିଥିଲେ । ପରେ ମିଠା ଖୁଆଇ କିଛି ସ୍ମୃତି ଅର୍ଥେ ଉପହାର ପ୍ରଦାନ କରିଥିଲେ । ପରେ ନାଚ , ଗୀତ ର ଆୟୋଜନ କରାଯିବା ସହ ଅଧ୍ୟାପକ ଅଧ୍ୟାପିକା ବୃନ୍ଦ ଙ୍କ ଠାରୁ କିଛି ଉପଦେଶ ଗ୍ରହଣ କରିଥିଲେ ।

ଅନୁଷ୍ଠିତ ବୈଠକରେ କଲେଜର ପ୍ରିନ୍ସପାଲ ସଞ୍ଜୟ କୁମାର ସାହୁ ଙ୍କ ବକ୍ତବ୍ୟ ପିଲାଙ୍କ ମନକୁ ଆନ୍ଦୋଳିତ କରିବା ସହ ଅତ୍ୟନ୍ତ ପ୍ରେରଣାଦାୟୀ ଥିଲା । ପରେ ଅଧ୍ୟାପକ ଲକ୍ଷ୍ମୀଧର ଦାସ , ଅଧ୍ୟାପକ ଚୈତନ୍ୟ ନାୟକ , ଅଧ୍ୟାପିକା ସୋନାଲି ମହାରଣା , ଅଧ୍ୟାପିକା ସିପ୍ରା ସାହୁ , ଅଧ୍ୟାପକ ସରୋଜ କୁମାର ଦାସ ପ୍ରମୁଖ ପିଲା ମାନଙ୍କ ଭବିଷ୍ୟତ କିଭଳି ଉଜ୍ଜ୍ବଳମୟ ହେବ ଓ ସମାଜରେ ଭଲ ବ୍ୟକ୍ତିତ୍ଵ ଟିଏ ହୋଇ ଠିଆ ହେବା ପାଇଁ ପ୍ରେରଣା ଦେଇଥିଲେ ଓ ପିଲା ମାନଙ୍କ ଭବିଷ୍ୟତ ଟି ସରସ ସୁନ୍ଦର ହେବା ପାଇଁ କାମନା କରିଥିଲେ ।  ବିଷ୍ଣୁପ୍ରିୟା ଜଗଦେବ , ଲୋପାମୁଦ୍ରା ଦାସ୍ , ସବ୍ୟସାଚୀ ତନୟା , ସମୀକ୍ଷା ପାଠକ୍ , ସ୍ୱର୍ଣ୍ଣଲତା ମହାରଣା , ସସ୍ମିତା ବରାଳ , ସୋନାଲି ମହରଣା ଅଧ୍ୟାପିକା ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।ପରେ ଶ୍ରୀଯୁକ୍ତ ତ୍ରିନାଥ ସ୍ୱାଇଁ ଙ୍କ ବକ୍ତବ୍ୟ ରେ ସଭା ଭଙ୍ଗ କରାଯାଇଥିଲା । ଏହି ବୈଠକଟି ରେ ଆଡମିନଷ୍ଟ୍ରେଟର ଚିତ୍ତ ରଞ୍ଜନ ସାହୁ , +୩ ର ଅଫିସ୍ କୋଡ଼ିନେଟର ରାମ ଚନ୍ଦ୍ର ମହାରଣା ଅଫିସ୍ ଷ୍ଟାଫ୍ , ମାନସ ରଂଜନ ପଣ୍ଡା , ଅଭିରାମ ସାହୁ , ନବ କିଶୋର ସ୍ୱାଇଁ , ଜିତୁ ଭାଇ ଇତ୍ୟାଦି ଙ୍କ ସହଯୋଗରେ ସୁଚାରୁ ରୁପେ ଗୁରୁ ଦିବସ କାର୍ଯ୍ୟକ୍ରମ ଟି ପାଳିତ ହୋଇଯାଇଥିଲା ।

Exit mobile version