ଅଜଗରକୁ ଦେଖି ବଡ଼ ପୋଖରୀଆ : ଗୋଡି ଗାଁରେ ଲୋକେ ଭୟରେ ଆତଙ୍କିତ

୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ଖାଦ୍ୟ ଅନ୍ବେଷଣରେ ଆସୀ ଟାଙ୍ଗୀ ରେଞ୍ଜ ବଡ଼ ପୋଖରୀଆ ଗୋଡି ଗାଁରେ ପଶିଲା ବିରାଟ କାୟ ଅଜଗର.. ଅଜଗରକୁ ଦେଖି ଲୋକେ ଭୟରେ ଆତଙ୍କିତ ଗାଁରେ । ପଡିଲା ତାତି କବାଟ.. ଲୋକଙ୍କ ଠାରୁ ଖବର ପାଇ  ଗାଁରେ ପହଞ୍ଚିଲେ ସ୍ନେକ ହେଲ୍ପ ଲାଇନ ର ସଦସ୍ୟ । ସ୍ଥାନୀୟ ଲୋକ ସହ ବନ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ।  ଗତ କାଲି ରାତିରେ ଖାଦ୍ୟ ଖାଇବାକୁ ଆସି ବଡ଼ ପୋଖରୀଆ ଗୋଡି ଗାଁରେ  ବିରାଟକାୟ ଅଜଗର ପଶି ଆସିଥିଲା। ଧାନ ବିଲରେ ଷଣ୍ଢ ଘଉଡ଼ାଇବାକୁ ଯାଇଥିବା ବେଳେ ଜଣେ ଚାଷୀ  ଘରକୁ ଫେରୁଥିବା ବେଳେ ଅଜଗରକୁ ଗାଁ  ରାସ୍ତାରେ ବୁଲୁଥିବାର ଦେଖିଥିଲେ ।

ଏହା ପରେ ଗାଁ  ଲୋକଙ୍କୁ  ଖବର ଦେଇଥିଲେ ଚାଷୀ ଜନକ. ଗାଁ ଲୋକଙ୍କ ଠାରୁ ଖବର ପାଇ କାଳୁପଡା ଘାଟର ସ୍ନେକ ହେଲ୍ପ ଲାଇନ ସଦସ୍ୟ  ସୂର୍ଯ୍ୟ ନାରାୟଣ ନାଥ  ଗୋଡି ଗାଁରେ ପହଁଚି ଅଜଗରକୁ ଧରିବାରେ ସଫଳ ହୋଇଥିଲେ । ଅଜଗରକୁ ଧରି ନିଜ ଗାଡ଼ିରେ ଆଣି ଟାଙ୍ଗୀ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି।ଅଜଗରକୁ ପରୀକ୍ଷା ନିରୀକ୍ଷା କରିବା ପରେ ଅଜଗର ସୁସ୍ଥ ଥିବା ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ କହିଛନ୍ତି । ଅଜଗର ର ଲମ୍ବା  15 ଫୁଟ ହୋଇଥିବା ବେଳେ ତାହାର ଓଜନ 26 କିଲୋ ଗ୍ରାମ ବୋଲି ଜଣା ପଡିଛି । ଆଜି ପଟିଆ ଜଙ୍ଗଲରେ ଅଜଗରକୁ ଛାଡି ଦିଆଯିଵ  ଵୋଲି ରେଞ୍ଜର ମହୋଦୟ ସୃଚନା ଦେଇଛନ୍ତି .

Exit mobile version