ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗୁରୁପୂଜା ଓ ଶିକ୍ଷକ ଗୌରବ ସଂମାନ ସମାରୋହ

୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା ବ୍ଲକ :-> ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗୁରୁପୂଜା ଓ ଶିକ୍ଷକ ଗୌରବ ସଂମାନ ସମାରୋହ ମାହାଙ୍ଗା ବ୍ଲକ ଗୋତରା ପଂଚାୟତ ଭବାନୀ ବାଳିକା ବିଦ୍ୟାଳୟ ପରିସରରେ ମହାଙ୍ଗା ନିସ୍ଚନ୍ତକୋଇଲି ଗୁରୁପୂଜା କମିଟି ପକ୍ଷରୁ ଅନୁଷ୍ଠିତ ହୋଇଛି,

ଏଥିରେ ଉଦ୍ଘାଟକ ଭାବେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ,ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ଗୁରୁପୂଜା ଓ ଶିକ୍ଷକ ମାନକୁ ସଂମାନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ଉଭୟ ବ୍ଲକ ର ବହୁ ଶିକ୍ଷକ ଶିକ୍ଷାୟତ୍ରୀଙ୍କୁ ଶିକ୍ଷକ ଗୌରବ ସଂମାନ ରେ ସମ୍ବର୍ଦ୍ଧିତ କରିଥିଲେ, ଏଥିରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି,

ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ମାହାଙ୍ଗା ବ୍ଲକ ଅଧକ୍ଷ ଦୀପା ମଲ୍ଲିକ ନିସ୍ଚନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ରୋଜି ସେଠି ,ଜିଲ୍ଲାପରିସଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ, ଶିକ୍ଷାବିତ ଅକ୍ଷୟ ଷଡ଼ଙ୍ଗୀ ସଭାରେ ସଂଯୋଜନା କରିଥିବାବେଳେ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ,

ଏହି ଅବସରରେ ପ୍ରାଥମିକ ଶିକ୍ଷକ ସଂଘ ମାହାଙ୍ଗା ପକ୍ଷରୁ ମନ୍ତ୍ରୀ ଶ୍ରୀ ମରାଣ୍ଡୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ, ନିସ୍ଚନ୍ତକୋଇଲି ବିଇଓ ଲକ୍ଷେହିରା ଲାବଣ୍ୟବତୀ ଧନ୍ୟବାଦ ଅର୍ପଣ କରିଥିବାବେଳେ କମିଟିର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ

Exit mobile version