ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ପ୍ରଥମ ସାଙ୍ଗଠନିକ ବୈଠକ

ଓଡିଶା ତାଜା ନ୍ୟୁଜ୍ (୦୨ ଜୁଲାଇ ଗୁରୁବାର ) ବରୀ :- ବରୀ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ପ୍ରଥମ ସାଙ୍ଗଠନିକ ପଦ ପ୍ରସ୍ତାବ ଓ ଅନ୍ୟାନ୍ୟ ଆଲୋଚନା ଚକ୍ର ଚନ୍ଦନପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବରୀ ବିଜୁ ଛାତ୍ର ଜନତା ଦଳର ସଭାପତି ସଦିଚ୍ଛା ପ୍ରସାଦ ସାମଲ ସଭାପତିତ୍ବ କରିଥିଲେ । ବରୀ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ସମ୍ବିତ ସାମଲ ସଭାକାର୍ଯ୍ୟ କୁ ପରିଚାଳନା କରିଥିଲେ ।ଏହି ବୈଠକରେ ଯୋଗଦେଇ ବରୀ ରେ କିପରି ବିଜୁ ଛାତ୍ର ଜନତା ଦଳ ସୃଢୁଡ଼ ହେବ ଓ ତୃଣମୂଳ ସ୍ତରରେ ଜନଲୋକଭିମୁଖି ହୋଇପାରିବ ସେ ବିଷୟରେ ଆଲୋଚନା କରାଗଲା ।

ବରୀ ବ୍ଲକ ର ୨୯ ଗୋଟି ପଞ୍ଚାୟତ ର ଛାମୁଆ ଛାତ୍ର ନେତା ମାନେ ଯୋଗଦେଇ ନିଜ ନିଜ ପଞ୍ଚାୟତରେ ଥିବା ସମସ୍ୟା ଓ ବିଜୁ ଛାତ୍ର ଜନତା ଦଳର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କଲେ । ଏହି ବୈଠକରେ ଛାତ୍ର ନେତା ଅଭିଳାଷ ଦାସ, ଦେବିଲାଲ୍ ଜେନା, ସ୍ଵୟଂ ପ୍ରକାଶ ଦାସ , ବିଶାଲ ମଲ୍ଲିକ, ଶୁଭ୍ରାଂଶୁ ସିଂ, ନୀତେଶ ସ୍ଵାଇଁ,କୀର୍ତ୍ତି ସାମଲ, ନିତ୍ୟାଶ୍ରୀ ସାମଲ ପ୍ରମୁଖ ଯୋଗଦେଇଥିଲେ ।

Exit mobile version