ପୂର୍ବତନ ବାଚସ୍ପତିଙ୍କ ବିୟୋଗରେ ମୋହନାରେ ଶୋକସଭା

୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ପୂର୍ବତନ ମନ୍ତ୍ରୀ, ବାଚସ୍ପତି ତଥା ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୋହନା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଏକ ଶୋକସଭା ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ମୋହନା ନିର୍ବାଚନ ମଣ୍ଡଳୀର ମୋହନା, ଆର,ଉଦୟଗିରି, ନୁଆଗଡ ଓ ରାୟଗଡା ବ୍ଳକର ବିଭିନ୍ନ ଅଞ୍ଚଳରୁ ଶତାଧିକ ବିଜେଡି କର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସ୍ବର୍ଗତ ପାତ୍ର ୧୯୯୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ ଅଞ୍ଚଳର ଲୋକଙ୍କ ଦୁଃଖ ସୁଖରେ ଭାଗନେଉଥିଲେ ।

ଅନୁଷ୍ଠିତ ଶୋକସଭାରେ ସ୍ବର୍ଗତ ପାତ୍ରଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ଉପସଭାପତି ଅନ୍ତର୍ଯ୍ୟାମୀ ଗମାଙ୍ଗ, ଦଣ୍ଡାସି ସାହୁ, ମୋହନା ବ୍ଳକ ଅଧ୍ୟକ୍ଷ ରଞ୍ଜୀବ ଶବର, ମୋହନା ବ୍ଳକ ସାଂସଦ ପ୍ରତିନିଧି ଭାସ୍କର ସାହୁ, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ମଳିକ, ଜିଲ୍ଲାଯୁବ ବିଜୁ ଜନତା ଦଳ ଉପସଭାପତି ଫିରୋଜ ପଟ୍ଟନାୟକଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ ।

Exit mobile version