ଗୁରୁଦିବସରେ ଫୁଲନଖରା ଛକ ସକାଳ ଚା ଖଟିରେ ଗୁରୁପୂଜା

 ୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଆଜି ଦେଶର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଗୁରୁ ଦିବସ । ଏହି ଅବସରରେ କଟକ ଫୁଲନଖରା ଛକ ସକାଳ ଚା ଖଟିରେ ଗୁରୁ ଦିବସ ପାଳନ କରା ଯାଇଥିଲା । ସକାଳ ଆଠଟାରେ ଚା ଖଟିରେ ପହଞ୍ଚିଥିଲେ ଲକ୍ଷେଶ୍ୱର ହାଇସ୍କୁଲର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ପ୍ରତାପ ଚନ୍ଦ୍ର ଦାଶ । ଖଟିରେ ଉପସ୍ଥିତ ଥିବା ଲକ୍ଷେଶ୍ୱର ହାଇସ୍କୁଲ ର ପୁରାତନ ଛାତ୍ରମାନେ ଗୁରୁଙ୍କୁ ପୁଷ୍ପ ଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇବା ସହ , ଗୁରୁଙ୍କ ଠାରୁ ଆଶୀର୍ବାଦ ନେଇଥିଲେ ।

ଗୁରୁ ପ୍ରତାପ ଚନ୍ଦ୍ର ଦାଶ ସଂସ୍କୃତ ଶୋଳ୍କ ପାଠ କରି ଛାତ୍ର ମାନଙ୍କୁ ଆଶୀର୍ବାଦ ଦେଇଥିଲେ । ଏହି ଉତ୍ସବରେ ପୁରାତନ ଛାତ୍ର ତଥା ସକାଳ ଚା ଖଟିର ସଭାପତି ପ୍ରଶାନ୍ତ କୁମାର ମହାନ୍ତି, କାନନ ବିହାରୀ ନାୟକ, ବାବାଜୀ ସାହୁ, ଅନିଲ କୁମାର ମହାନ୍ତି, ସୁଧୀର ପଟ୍ଟନାୟକ, ମନରଞ୍ଜନ ମହାନ୍ତି, ବିନୟ କୁମାର ଜେନା , ଟୁନା ଜେନା,ପ୍ରମୁଖ ପୁରାତନ ଛାତ୍ରଙ୍କ ସମେତ ଚା ଖଟିର ସଦସ୍ୟ ଟିଟନ ସାହୁ, ହେମନ୍ତ କୁମାର ସାହୁ , କୃଷ୍ଣ ଚନ୍ଦ୍ର ଭୋଇ, ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version