ଡ଼ଃ ସୂର୍ଯ୍ୟନାରାୟଣ ପାତ୍ର ଙ୍କ ବିୟୋଗରେ ୱାର୍ଲଡ଼ ଓଡ଼ିଶା ସୋସାଇଟି (ୱା.ଓ.ସୋ.) ତରଫରୁ ଗଭୀର ଶୋକ ପ୍ରକାଶ କରିଯାଇଛି

୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଡ଼ଃ ସୂର୍ଯ୍ୟନାରାୟଣ ପାତ୍ର ଙ୍କ ବିୟୋଗରେ ୱାର୍ଲଡ଼ ଓଡ଼ିଶା ସୋସାଇଟି (ୱା.ଓ.ସୋ.) ତରଫରୁ ଗଭୀର ଶୋକ ପ୍ରକାଶ କରିଯାଇଛି । ଏକ ଶୋକ ବାର୍ତ୍ତା ରେ ସୋସାଇଟି ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ,ଡ଼ଃ ପାତ୍ର ୱା.ଓ.ସୋ. ର ମୁଖ୍ୟ ପୃଷ୍ଠପୋଷକ ଓ ପ୍ରଥମ ସଦସ୍ୟ ଥିଲେ ବୋଲି ଦର୍ଶାଇଛନ୍ତି I

ଡ଼ଃ ପାତ୍ର ଙ୍କ ନିଧନ ରେ ପ୍ରବାସୀ ଓଡିଆମାନେ ସେମାନଙ୍କର ଜଣେ ଘନିଷ୍ଠ ଶୁଭଚିନ୍ତକ ଓ ବରିଷ୍ଠ ମୁରବୀ ଙ୍କୁ ହରାଇଲେ ବୋଲି ଶ୍ରୀ ଦ୍ବିବେଦୀ ପ୍ରକାଶ କରିଛନ୍ତି ।

Exit mobile version