ଦଶପଲ୍ଲାରେ ଗଠିତହେଲା ଆଞ୍ଚଳିକ ସାମ୍ୱାଦିକ ସଂଘ : କର୍ମକର୍ତ୍ତା ଚୟନ ସହ ହେଲା ପଞ୍ଜିକରଣ

ସଭାପତି :- ତଥାଗତ ବିଶ୍ଵାଳ 

୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ଗତ ୧ ସପ୍ତାହ ତଳେ ଦଶପଲ୍ଲା ର କିଛି ଯୁବ ସାମ୍ବାଦିକ ମାନେ ଏକତ୍ରିତ ହୋଇ ଏକ ସଂଘ କରିବା ନିମନ୍ତେ ନିଷ୍ପତି ଗ୍ରହଣ କରିଥିଲେ ଏବଂ ତତ୍ କାଳୀନ ଏକ ସଂଘ ଗଠନ କରି କର୍ମକର୍ତ୍ତା ଚୟନ କରିଥିଲେ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସଭାପତି ପଦବୀ ପାଇଁ ତଥାଗତ ବିଶ୍ଵାଳ ଙ୍କୁ ମନୋନୀତ କରିଥିବା ବେଳେ ଉପ – ସଭାପତି ରୂପେ ସତ୍ୟ ନାରାୟଣ ସାହୁ, ସମ୍ପାଦକ ପ୍ରିୟବ୍ରତ ଆଚାର୍ଯ୍ୟ ,ସହ – ସମ୍ପାଦକ ଗୋରେଖ କହଁର ,

କୋଷାଧ୍ୟକ୍ଷ ଭାବେ ଅଖିଳ ବିହାରୀ ପାଣିଗ୍ରାହୀ ଙ୍କୁ ମନୋନୀତ କରାଯାଇଥିଲା । ଏବଂ ଅନ୍ୟପକ୍ଷରେ ସଂଘର ସଭ୍ୟ ଭାବରେ ଜଗମୋହନ ମଲ୍ଲିକ,ସନ୍ଦୀପ ପାଣିଗ୍ରାହୀ,ମନୋଜ କୁମାର ବେହେରା,ମନୋରଞ୍ଜନ ମଲ୍ଲିକ,ଶାନ୍ତନୁ କୁମାର ନାୟକ, ପୁଷ୍ପଲତା ପ୍ରଧାନପ୍ରମୁଖ ଥିବା ଜଣାପଡ଼ିଛି । ଏବଂ ଆଜି ଦଶପଲ୍ଲା ଉପନିବନ୍ଧକ କାର୍ଯ୍ୟଳୟରେ ସଂଘର ପଞ୍ଜିକରଣ ସରିଥିବା ପ୍ରକାଶ କରିଛନ୍ତି ଦଶପଲ୍ଲା ଆଞ୍ଚଳିକ ସାମ୍ୱାଦିକ ସଂଘର ସଭାପତି ତଥାଗତ ବିଶ୍ଵାଳ ।

ସମ୍ପାଦକ :- ପ୍ରିୟବ୍ରତ ଆଚାର୍ଯ୍ୟ

ଏବଂ କହିଛନ୍ତି ଆଞ୍ଚଳିକ ସାମ୍ୱାଦିକ ସଂଘ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଖବର ପରିବେଷଣ କରିବା ସହିତ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ରେ ମଧ୍ୟ ସାମିଲ ହେବେ । ଏବଂ ଦଶପଲ୍ଲାର ସମସ୍ତ ଅଞ୍ଚଳକୁ ଯାଇ କିପରି ଭାବରେ ଲୋକ ମାନଙ୍କ ସମସ୍ୟା କୁ ଆଣି ପ୍ରଶାସନ ସ୍ତରରେ ପହଞ୍ଚାଇବେ ସେଥି ପ୍ରତି ମଧ୍ୟ ସଂଘ ବିଶେଷ ଧ୍ୟାନ ଦେବ ବୋଲି କହିଛନ୍ତି ସଂଘର ସଭାପତି ଓ ଉପ – ସଭାପତି ।

Exit mobile version