ମାଲକାନଗିରି ବ୍ଲକ ର ୫ଟି ଗ୍ରାମ ପଞ୍ଚାୟତ ଗ୍ରସ୍ତ କରି ସାଂସଦ ପାଣ୍ଠି ର ଶିଳାନ୍ୟାସ କଲେ ନବରଙ୍ଗପୁର ସାଂସଦ

୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :-> ମାଲକାନଗିରି ସଦର ବ୍ଲକର ୫ଟି ଗ୍ରାମ ପଞ୍ଚାୟତ ତାଣ୍ଡକି ,ଚାଲାଣଗୁଡା ,ତାଣ୍ଡାପାଲ୍ଲୀ, ଗୋରାଖୁଣ୍ଟା ଓ ଗୌଡ଼ଗୁଡା ଗ୍ରାମ ପଞ୍ଚାୟତରେ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ସାଂସଦ ପାଣ୍ଠିରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସାଂସଦ ପାଣ୍ଠି ପ୍ରଦାନ କରିଥିବା ବେଳେ ଆଜି ମାନ୍ୟବର ସାଂସଦ ସର୍ବ ପ୍ରଥମେ ତଣ୍ଡକି ଗ୍ରାମ ପଞ୍ଚାୟତ ଗ୍ରସ୍ତ କରି ଶିବ ଗୋଷ୍ଟି କେନ୍ଦ୍ର ୨ ଲକ୍ଷ ଟଙ୍କା ର ଅନୁଦାନ ରାଶି ଶିଳାନ୍ୟାସ କରିଥିବା ବେଳେ ଚାଲାଣ ଗୁଡା ଗ୍ରାମ ପଞ୍ଚାୟତ ର ଏମ୍ ଭି ୪୫ ମା କାଲି ଗୋଷ୍ଟି କେନ୍ଦ୍ର ର ପାଚେରୀ ପାଇଁ ୨ ଲକ୍ଷ ଟଙ୍କା ,ତଣ୍ଡାପାଲି ପଞ୍ଚାୟତ ର ବାସନ୍ତୀ ଗୋଷ୍ଟି କେନ୍ଦ୍ର ପାଇଁ ୨ ଲକ୍ଷ ଟଙ୍କା ,ଗୁରାଖୁଣ୍ଟା ଗ୍ରାମ ପଞ୍ଚାୟତ ର କ୍ରୁସୁୱାଡା ଠାରେ ରାମ ଗୋଷ୍ଟି କେନ୍ଦ୍ର ପାଇଁ ୨ ଲକ୍ଷ ଟଙ୍କା ଓ ଗୌଡ଼ଗୁଡା ଗ୍ରାମ ପଞ୍ଚାୟତ ର ଏମ୍ ଭି ୧୦ ଗ୍ରାମର ରାଧାକୃଷ୍ଣ ମନ୍ଦିର ପାଇଁ ୨ ଲକ୍ଷ ଟଙ୍କା ଏବଂ ଏମ୍ ଭି ୧୦ ହରି ମନ୍ଦିର ଗୋଷ୍ଟି କେନ୍ଦ୍ର ୨ ଲକ୍ଷ ଟଙ୍କା ର ଶିଳାନ୍ୟାସ କରିଛନ୍ତି ।

ଏଥିରେ ସମ୍ମାନିତ ଭବ୍ୟ ଅତିଥି ଭାବରେ ପୁର୍ବତ୍ତନ ବିଧାୟକ ମାନସ ମାଡକାମୀ ,ଜିଲ୍ଲା ଆଇନଜୀବି ସାମୁଖ୍ୟ ସଭାପତି ତଥା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ,ସଦର ବ୍ଲକ ଅଧ୍ୟକ୍ଷା ଗୋୖରୀ ପଡ଼ିଆମୀ ,ଜିଲ୍ଲା ପରିଷଦ ସଭ୍ୟା କୁନି ଭୂମିଆ ,ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ ଯୋଗ ଦେଇ ଥିବା ବେଳେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ପଣ୍ଡା ,ବରିଷ୍ଠ ନେତା ବିକାଶ୍ ମଣ୍ଡଳ ,ଯୁବ ଉପ ସଭାପତି କଣ୍ଟେସ ପଟଲା ,ଜିଲ୍ଲା ଛାତ୍ର ସଭାପତି ତାପଶ ରଞ୍ଜନ ନାୟକ ,ସାଂସଦ ପ୍ରତିନିଧି ବି.କାମେଶ୍ବର ରାଓ ,ବ୍ଲକ ସଭାପତି ବିଭାନ୍ସୁ ସାମଲ ,ପଦ୍ମଗିରି ଜୋନ୍ ସଂଯୋଜକ ଗୋପୀ ପାଙ୍ଗି ,

ସରପଞ୍ଚ ସୁଦର୍ଶନ କୋପେ ,ସରପଞ୍ଚ ପାଣ୍ଡ୍ରି ପଡ଼ିଆମୀ ,ସରପଞ୍ଚ ଅରକ୍ଷିତ ନାୟକ ,ସରପଞ୍ଚ ବାବୁଲା ପଡ଼ିଆମୀ, ତଣ୍ଡକି ପଞ୍ଚାୟତ ସଭାପତି ପୋତ୍ତରାଜ ପ୍ରଧାନୀ,ଚଲାଣଗୁଡା ପଞ୍ଚାୟତ ସଭାପତି ଦିବାସ ମିସ୍ତ୍ରୀ,ତଣ୍ଡାପାଲ୍ଲୀ ପଞ୍ଚାୟତ ସଭାପତି ମହନ ବର୍ମନ,ଗୋରାଖୁଣ୍ଟା ପଞ୍ଚାୟତ ସଭାପତି ସମା ମାଡକାମି,ଗୌଡ଼ଗୁଡା ପଞ୍ଚାୟତ ସଭାପତି ନିରୋଞ୍ଜନ ଗାଈନ,ବିଜେଡି ନେତା ଅଖିଳ ମଣ୍ଡଳ ,କାଉନସିଲର ସୁକଦେଵ ବୈରାଗୀ ,ଭଗବାନ ସାହୁ ,ଯୁବ ନେତା ସଦାନନ୍ଦ ଖରା ,କେ ରାହୁଲ ,ବାବୁଲା ସାମଲ ,ଦେବାଶିଷ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version