ପାଟଣାଗଡ଼ ମୂଖ୍ୟ ରାସ୍ତାରେ ଗୋମାତା ଓ ଷଣ୍ଢବୋପା ଙ୍କ ଧାରଣ : ଦାବି ପୂରଣ ପାଇଁ ଦୃଷ୍ଟି ଦେବେ କି ଏନଏସି

୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ପାଟଣାଗଡ଼ ସହର ମୂଖ୍ୟ ରାସ୍ତାରେ ଗୋମାତା ,ମାଉସୀ,ଷଣ୍ଢବୋପା ଙ୍କ ଉପସ୍ଥିତି ଉଦବେଗଜନକ ଭାବରେ ବୃଦ୍ଧି ପାଉଛି ।ଗଣତାନ୍ତ୍ରିକ ରାଷ୍ଟ୍ରରେ ଅଳ୍ପ କଥାରେ ରାସ୍ତାରୋକ ,ରେଳରୋକ ପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।ନିଜର ଦାବି ପ୍ରତି ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଏପରି କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଏ ।ଅନ୍ୟ ପକ୍ଷରେ ନିଜ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ ପାଇଁ ମଧ୍ୟ ଧର୍ମ ଘଟର ଆଶ୍ରୟ ନେବାକୁ ପଡ଼ିଥାଏ । ଠିକ୍ ସେହିପରି ଗୋରୁଗାଈ ମାନେ ମଧ୍ୟ ଖରା ବର୍ଷାରେ ରାସ୍ତା ଉପରେ ଧାରଣା ରତ । ପ୍ରଥମେ ଗୋ ମାତା ଓ ପ୍ରଥମ ଷଣ୍ଢ ପିତା ଙ୍କ ବଂଶଧର ଯୋଗୁଁ ବର୍ତ୍ତମାନର ଗୋଧନ ମାଉସୀ ଓ ମାମୁଁ ତତସଙ୍ଗେ ନାବାଳକ ପୁତୁରା ,ଝିଆରୀ,ତଥା ଭଞ୍ଜା,ଝାଞ୍ଜି ମାନଙ୍କ ଉପସ୍ଥିତି କମନୁହେଁ । ଏମାନେ ପ୍ରକୃତରେ ସେମାନଙ୍କ ପ୍ରତି ହେଉଥିବା ଅବିଚାର ପ୍ରତିବାଦ ରେ ରାସ୍ତାରୋକ କରିଥାନ୍ତି ।

ପ୍ରତିବାଦ ହେଉଛି ସଂପୃକ୍ତ ମାଲିକ ମାନଙ୍କ ବିରୁଦ୍ଧରେ ଯେଉଁ ମାନେ ଗୁରଷ ଦୁହିଁ ସାରିଲା ପରେ ରାସ୍ତା ଉପରେ ସେମାନଙ୍କୁ ଛାଡ଼ିଦେଇଥାନ୍ତି । ଷଣ୍ଢବୋପା,ଓ ବ୍ରହ୍ମଚାରୀ – ବ୍ରହ୍ମଚାରୀଣୀ ,ଗୋ-ବ୍ରଦର ସିଷ୍ଟର ମାନେ ସମ୍ପୂର୍ଣ୍ଣ ଆପାଂକ୍ତେୟ । ଯେତେ ଦୁହିଁଲେ ଏମାନଙ୍କ ଦେହରୁ କ୍ଷୀର ବାହାରିବ ? ତଥାପି ଏମାନେ ଯିବେ କୁଆଡେ ? ପ୍ରତି ପଡା ଓ ଗାଁର ଷଣ୍ଢମାର୍କା ବେକାରୀ ଯୁବକ ମାନେ ଯେପରୀ ପେଟ ପୋଷନ୍ତି ,ଏମାନଙ୍କ ଅବସ୍ଥା ଠିକ୍ ସେହିପରି । ରାସ୍ତା ଉପରେ ଛିଡା ହୋଇଥିବେ ( ଷଣ୍ଢଓ ଯୁବକ ) ଇଞ୍ଚେ ମଧ୍ୟ ଘୁଞ୍ଚିବେ ନାହିଁ ।ହର୍ନ ମାରିଲେ ଏପରି ଅଁଟରେଇବେ ଯେ କହିବା କଥା ନୁହେଁ ।ଶିବ ଙ୍କୁ ସୁମରି ବାଟ କାଟି ଯିବାକୁ ପଡ଼େ ।ଗୁଣାତ୍ମକମାନରେ ଦୁହେଁ ସମାନ । ବଂର ଷଣ୍ଢ ମାର୍କା ଯୁବକଙ୍କ ସଚରାଚର ଅସାମ୍ବିଧାନିକ ଶଦ୍ଦରେ ସମ୍ବୋଧିତ ହେବାର ଆଶଙ୍କା ବେଶି । ତେଣୁ ଧାରଣା ରତ ଷଣ୍ଢ ଓ ଗାଈ ମାନଙ୍କ କଥା ତାଙ୍କ ମାଲିକ ଶୁଣନ୍ତୁ ।ତାଙ୍କ ଦାବି ମୁତାବକ ଘର ଖାଦ୍ୟ ଯୋଗାଇ ଦିଅନ୍ତୁ ।

ବର୍ତମାନ ବିଭିନ୍ନ ଆବାସିକ ଯୋଜନା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଯୋଗିତା ମୂଲକ ଭାବରେ କାର୍ଯ୍ୟକାରୀ କରି ଚାଳିଛନ୍ତି । ଅବଶ୍ୟ ବୁଲା ଗାଈ ଗୋରୁ ମାନଙ୍କ ଥଇଥାନ ପାଇଁ କାଞ୍ଜିଆ ଗୃହ ନିର୍ମାଣ କରି ତାଙ୍କ ଥଇଥାନ ଦାୟିତ୍ବ ଏନଏସି ହାତରେ ନ୍ୟସ୍ତ ।ହେଲେ ଧାରଣା ରତ ଗାଈଗୋରୁ ମାନଙ୍କ ସମସ୍ୟା ଏନଏସି ଅଧିକାରୀ ସମସ୍ୟାକୁ ହୃଦୟମ କରନ୍ତି ନାହିଁ ।। ହେଲେ କାଗଜ ପତ୍ର ରେ ଥଇଥାନ ପାଇଁ ଅର୍ଥ ଖର୍ଚ୍ଚ ହୋଇଥାଏ । ତଥାପି ସରକାର କିଛି ଯୋଜନା କରିବାରେ ତ୍ବରିତ ପଦକ୍ଷେପ ନେଇଥିବା ବେଳେ ଅଧିକାରୀ ଙ୍କ ସେତିକି ମନୋବଳ ନାହିଁ । ବିଗତ ଉତ୍ତର ପ୍ରଦେଶ ରେ ନିର୍ବାଚନ ରେ ବୁଲାଷଣ୍ଢ ଓ ପଶୁ ଏକ ନିର୍ବାଚନ ପ୍ରସଙ୍ଗ ଭାବରେ ଯୋର ଚର୍ଚ୍ଚାର ବିଷୟ ହୋଇଥିଲା ।

ଏପରିକି ସବୁ ରାଜନୈତିକ ଦଳ ତାଙ୍କ ନିର୍ବାଚନ ଇସ୍ତାହାର ରେ ଏହି ସମସ୍ୟାକୁ ଅନ୍ତଭୁକ୍ତ କରିଥିଲେ ।ଅବଶ୍ୟ ଓଡ଼ିଶାରେ ବିରୋଧୀ ଦଳ ଏହାକୁ ମୁଦ୍ଦା କରିବ ନାହିଁ । ଏହାର କାରଣ ସ୍ପଷ୍ଟ । ତେଣୁ ଶାସକ ଦଳ ବିଶେଷ ଚିନ୍ତିତ ନୁହେଁ ବୋଧହୁଏ । ଏଣେ ଏହି ସମସ୍ୟା ଦ୍ଵାରା ଜନସାଧାରଣ ବିବ୍ରତ ଓ ଘୋର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏଣୁ ରୋଡଶ୍ରୟୀ ଗୋରୁଗାଈ ଙ୍କ ତରଫରୁ ଦାବୀ ହୁଏ ଯେ ତାଙ୍କ ସମସ୍ୟାର ତୁରନ୍ତ ସମାଧାନ କରାଯାଉ ନ ଆଗକୁ ଯାହା ସମସ୍ୟା ସୃଷ୍ଟି ହେବ ଏନଏସି ଦାୟୀ ରହିବା ସହ ତାଙ୍କ ଧାରଣା ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଧାରଣ ଜାରୀ ରଖିବେ ବୋଲି ମନେ ହୁଏ ।

Exit mobile version