ନୂଆଗାଁ ବ୍ଲକ୍ ସେବା ସମବାୟ ସମିତି ସଂଘର ବନ୍ଧୁମିଳନ

ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସେବାସମବାୟ ସମିତି ସଂଘ ଆନୁକୁଲ୍ଯରେ ମହିପୁର ଠାରେ ଆଜି ବନ୍ଧୁମିଳନ ସଭା ଅନୁଷ୍ଠିତ ହୋଇଯାଇଛି । ସମବାୟସମିତି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କ ସଭାପତିତ୍ବରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ୧୮ ଗୋଟି ସମବାୟ ସମିତିର ସମସ୍ତ ସଭାପତି ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ତଥା ନୟାଗଡ ଜିଲ୍ଲା ବିଜୁ ଜନତା ଦଳର ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ ।

ସମସ୍ତ ସମବାୟ ସମିତିର କିଭଳି ଉନ୍ନତି କରାଯିବ ସେ ନେଇ ଆଲୋଚନା କରଯାଇଥିଲା । ବିଗତ ଦିନରେ ବିଧାୟକଙ୍କ ସହିତ ରହିବା ପାଇଁ ଦୃଢ ସଂକଳ୍ପ ନେଇଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟ କ୍ରମରେ ସମବାୟ ସମିତି ସଭାପତି ରବୀନ୍ଦ୍ର କୁମାର ସାହୁ ,ଉପ ସଭାପତି ଲିଟୁ ଜେନା ,ମହିପୁର ସମବlୟ ସମିତି ବ୍ଯାଙ୍କ ଶାଖା ପରିଚାଳକ ସରୋଜ ସାହାଣୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Exit mobile version