ବିଡ଼ିଓଙ୍କୁ ସରପଞ୍ଚଙ୍କ ସ୍ମାରକପତ୍ର

୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗଜପତି ଜିଲ୍ଲା :-> ନୂଆଗଡ଼ ବ୍ଲକ୍ ଓଡ଼ିଶା ପଞ୍ଚାୟତିରାଜ ନିୟମାନୁଯାୟୀ ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ଯବସ୍ଥାରେ ସରପଞ୍ଚଙ୍କୁ ଗୁରୁଦାୟିତ୍ବ ପ୍ରଦାନ କରାଯାଇଛି । କିନ୍ତୁ ସରପଞ୍ଚମାନଙ୍କର ମାସିକ ଭତ୍ତା ୨୩୫୦ ଟଙ୍କା ଅଟେ । ଯାହାକି ଅନ୍ଯ ରାଜ୍ଯର ବାର୍ଦ୍ଧକ୍ଯ ଭତ୍ତାଠାରୁ କମ୍ ଅଟେ । ପଞ୍ଚାୟତ ସ୍ତରରେ ଯେଉଁ ଗୁରୁଦାୟିତ୍ବ ପାନୀୟ ଜଳ, ପରିମଳ, ଶିକ୍ଷା ଓ ସବାସ୍ଥ୍ଯ ଭଳି ଗ୍ରାମ ପଞ୍ଚାୟତରେ କରା ନଯାଇ ପଞ୍ଚାୟତ ସମିତି ମାଧ୍ଯମରେ କରାଯାଉଛି । ସରପଞ୍ଚମାନଙ୍କୁ ଅଣଦେଖା କରାଯାଉଛି । ତେଣୁ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ୯ଦଫା ଦାବି ନେଇ ମୁଖ୍ଯମନ୍ତ୍ରଙ୍କ ଉଦ୍ଦେଶ୍ଯରେ ବିଡିଓ ଲୋକନାଥ ଶବରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ତେଣୁ ସେମାନଙ୍କ ଦାବି ସମୂହ ଆମ ଓଡ଼ିଶା ନବୀନ ଓଡ଼ିଶା ଅର୍ଥ ରାଶି ସିଧାସଳଖ ଗ୍ରାମପଞ୍ଚାୟତକ ହସ୍ତାନ୍ତର କରାଯାଉ । ପଞ୍ଚାୟତମାନଙ୍କରେ ଅନାସ୍ତା ପ୍ରସ୍ତାବକୁ ଉଚ୍ଛେଦ କରାଯାଉ । ମାସିକ ଦରମା ବୃଦ୍ଧି, ସ୍ଥାୟୀ ପାଣ୍ଠି ବ୍ଯବସ୍ତା, ଗ୍ରାମପଞ୍ଚାୟତ‌କୁ ଦିଆଯାଇଥିବା ପାଣ୍ଠି ବର୍ଦ୍ଧିତ, ପାନୀୟ ଜଳ ଓ ପରିମଳ ଦାୟିତ୍ବ ପଞ୍ଚାୟତକୁ ହସ୍ତାନ୍ତର, ସରପଞ୍ଚଙ୍କ ଅବସରକାଳୀନ ଭତ୍ତା ୧୦,୦୦୦ଟଙ୍କା , ଜୀବନ ବୀମା ୧୦ ଲକ୍ଷ ଏବଂ ପଞ୍ଚାୟତକୁ ଜରୁରୀକାଳୀନ ପାଣ୍ଠି ବ୍ଯବସ୍ତା କରିବା ନିମନ୍ତେ ଦାବି ଅଲେଖ ରହିଛି ।

ଦାବି ସମୂହ ପୂରଣ ନ ହେଲେ ପରବର୍ତ୍ତୀ ସମୟରେ ରାଜରାସ୍ତାକୁ ଓହ୍ଲାଇବାକୁ ସରପଞ୍ଚ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ ସମୟରେ ବ୍ଲକ ସଂଘ ସଭାପତି ସରପଞ୍ଚ ପ୍ରେମା ମାଝୀ, ସମ୍ପାଦକ ଚୈତନ୍ଯ‌ ଭୂୟାଁ,କୋଷାଧ୍ଯକ ସୁବାସିନି ମଣ୍ଡଳ , ସରୋିନୀ ରଇତ , ଅନ୍ନପୂର୍ଣ୍ମା ପୂଜାରୀ ସଣ୍ଡୁ ମଣ୍ଡଳ , ଚମ୍ପାବତୀ ରଇତ , ପ୍ରିୟଙ୍କା ପାଣି , ସରିତା ମଣ୍ଡଳ , ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version